ପ୍ରାଥମିକ ଉପଚାର ତାଲିମ ଅନୁଷ୍ଠିତ।

0 365

ବୋଲଗଡ,୦୨/୧୨(ପିପିଟି): ସଂମ୍ପୁର ସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କୁ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁଙ୍କ ଅନୁରୋଧ କ୍ରମେ ସେନ୍ଟ ଜନ ଆମ୍ବୁଲାନ୍ସର ଆଜୀବନ ସଦସ୍ୟ ତଥା ଅଧ୍ୟାପକ ଅନନ୍ତ ଚରଣ ଖଟେଇ ପ୍ରାଥମିକ ଉପଚାର ଉପରେ ତାଲିମ ପ୍ରଦାନ କରିଥିଲେ। ହାତ,ଗୋଡ,ବେକ,ଅଣ୍ଟା,ମୁଣ୍ଡ,କଚଟି ଓ ପାଦ ଆଦି ଅଙ୍ଗରେ ଆଘାତ ଲାଗିଲେ ଡାକ୍ତରଖାନାରେ ଚିକିତ୍ସା ପାଇଁ ପହଂଚିବା ପୂର୍ବରୁ ଆଘାତପ୍ରାପ୍ତ ସ୍ଥାନକୁ ଡ୍ରେସିଂ ଓ ବ୍ୟାନ୍ଡେଜ କରିବାର ପଦ୍ଧତି ସ୍କାଊଟ୍ସ, ଗାଈଡ଼୍ସ ଏବଂ ଯୁନିଅର ରେଡକ୍ରସ୍ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇ ଥିଲେ । ତାପରେ ଶିକ୍ଷୟିତ୍ରୀ ଶୈବାଳିକା ମଲିକ, ସ୍ୱର୍ଣ୍ଣଲତା ପ୍ରଧାନ ଓ ସୌଦାମିନୀ ସୁବୁଦ୍ଧି ଗାଈଡ଼୍ସ, ଶିକ୍ଷକ ଦିପ୍ତୀରଂଜନ ଦାସ, ବିଶ୍ୱଜିତ ସରୋଜ କୁମାର ଏବଂ ବିଭୂପ୍ରସାଦ ମହାପାତ୍ର ,ସ୍କାଉଟ୍ ଶିକ୍ଷୟିତ୍ରୀ ଶୁଭଶ୍ରୀ ଧଳ,ନମିତା ସାହୁ, ସ୍ରୋତାଲିନି ସାହୁ ରେଡକ୍ରସ୍ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ପ୍ରାଥମିକ ଉପଚାର ଉପରେ ପ୍ରତିଯୋଗିତା ପରିଚାଳନା କରିଥିଲେ । ସ୍ନେହଲତା ପାଇକରାୟ ଓ ସମ୍ବିତ କେଦାର କର ଉକ୍ତ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.