ପ୍ରସିଦ୍ଧ ଶରଣ ଶ୍ରୀକ୍ଷେତ୍ର ମାରଦା ମହୋତ୍ସବ ଉଦଘାଟିତ ହୋଇଯାଇଛି।

0 264

ପୋଲସରା, ୧୫/୦୧(ପିପିଟି) : ପ୍ରସିଦ୍ଧ ଶରଣ ଶ୍ରୀକ୍ଷେତ୍ରମାରଦା ମହୋତ୍ସବ  ଗତକାଲି ଉଦଘାଟିତହୋଇଯାଇଛି। ଉକ୍ତ ତ୍ରି ଦିବସୀୟ ମହୋତ୍ସବ ପରିଚାଳନା ପରିଷଦ ସଭାପତି ତଥା ମାନ୍ୟବର ମନ୍ତ୍ରୀ, ମତ୍ସ୍ୟ, ପଶୁ ସମ୍ପଦ ବିକାଶ, ଅତି କ୍ଷୁଦ୍ର, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଓଡିଶା ସରକାର ଶ୍ରୀଯୁକ୍ତ ଗୋକୁଳା ନନ୍ଦ ମାଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ (ପୂର୍ତ୍ତ, ଆଇନ ଓ ଅବକାରୀ ବିଭାଗ) ଉଦଘାଟକ ଭାବେ ଯୋଗଦେଇ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ଭକ୍ତିପୂତ ଭାବେ ପୁଷ୍ପ ମାଲ୍ୟାର୍ପଣ କରିବା ସହ ପ୍ରଦ୍ବୀପ ପ୍ରଜ୍ଜ୍ୱଳନ ପୂର୍ବକ ଶୁଭ ଉଦଘାଟନ କରିଥିବା ବେଳେ, ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ବାଣିଜ୍ୟ, ପରିବହନ, ଖଣି ଓ ଇସ୍ପାତ ବିଭାଗ ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନା ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର କୃଷ୍ଣ କେଶବ ଷଡ଼ଙ୍ଗୀ ଓ ମାନନୀୟା ସାଂସଦ ଆସିକା ଶ୍ରୀମତୀ ଅନିତା ସୁଭଦର୍ଶନୀ ପଟ୍ଟନାୟକ ଏବଂ ସମ୍ମାନୀତ ଅତିଥି ଭାବେ ଗଞ୍ଜାମ, ଆଠଗଡ଼ ମହାରାଜା ଶ୍ରୀଯୁକ୍ତ ଦୁର୍ଗାଶଙ୍କର ପ୍ରସାଦ ହରିଚନ୍ଦନ ଜଗଦେବ, ପୋଲସରା ବ୍ଲକ ମଥୁରା ମଠାଧୀଶ ମହନ୍ତ ଶ୍ରୀ ସୁନ୍ଦର ରାମଦାସ ମହାରାଜ, ମାନ୍ୟବର ଦିଗପହଣ୍ଡି ବିଧାୟକ ଶ୍ରୀଯୁକ୍ତ ସିଦ୍ଧାନ୍ତ ମହାପାତ୍ର, ମାନ୍ୟବର ବିଧାୟକ ଖଲିକୋଟ ଶ୍ରୀଯୁକ୍ତ ପୁର୍ଣଚନ୍ଦ୍ର ସେଠି, ମାନ୍ୟବର ବିଧାୟକ ଛତ୍ରପୁର ଶ୍ରୀଯୁକ୍ତ କୃଷଚନ୍ଦ୍ର ନାୟକ, ଦକ୍ଷିଣାଞ୍ଚଳ ଡି ଆଇ ଜି, ବ୍ରହ୍ମପୁର ଶ୍ରୀଯୁକ୍ତ ସାର୍ଥକ ଷଡ଼ଙ୍ଗୀ, ଜିଲ୍ଲାପାଳ ଗଞ୍ଜାମ ଶ୍ରୀଯୁକ୍ତ ଦିବ୍ୟଜ୍ୟୋତି ପରିଡା, ପି.ଡି.ଡି.ଆର. ଡି.ଏ ଗଞ୍ଜାମ ସୁଶ୍ରୀ ମଧୁମିତା, ଆରକ୍ଷୀ ଅଧ୍ୟକ୍ଷକ, ଛତ୍ରପୁର, ଗଞ୍ଜାମର ଶୁଭେନ୍ଦୁ କୁମାର ପାତ୍ର ଏବଂ ବନଖଣ୍ଡ ଅଧିକାରୀ ଦକ୍ଷିଣ ଘୁମୁସର ର ଶ୍ରୀଯୁକ୍ତ ବିନୋଦ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ମଞ୍ଚାସିନ ଅତିଥି ବୃନ୍ଦ ନିଜ ନିଜର ସୁ ଚିନ୍ତିତ ମାରଦା ଇତିହାସ ଉପରେ ମତ ପ୍ରକାଶ କରିବା ସହ ଏହି ଜଗନ୍ନାଥ ସଂସ୍କୃତି ଏବଂ ଅତିହ୍ୟ ଏବଂ ଆୟୋଜନକୁ ନେଇ ଭୃୟଂସୀ ପ୍ରଶଂସା କରିଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ପରିଚାଳନା କମିଟି ତରଫରୁ ଅତିଥି ମାନଙ୍କୁ ଉତ୍ତରୀୟ ଏବଂ ପୁଷ୍ପ ଗୁଚ୍ଛ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିସହ ସ୍ମରଣିକା ଉନ୍ମୋଚନ କରାଯଇଥିଲା ଅତିଥି ମାନଙ୍କ କରକମଳରେ । ପରେ ଅସୀମା ପଣ୍ଡା ଓ ସାଥୀ ଏବଂ ବିଭିନ୍ନ କଳାକାର ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଅତି ସୁନ୍ଦର ଭାବେ କରାଯାଇଥିଲା। କାର୍ଯ୍ୟକ୍ରମ ରେ ମହୋତ୍ସବ ପରିଚାଳନା ପରିଷଦର କାର୍ଯ୍ୟକାରୀ ସଭାପତି ପ୍ରଭାକର ପଣ୍ଡାଙ୍କ ସମେତ ଅନ୍ୟ ସମସ୍ତ କର୍ମକର୍ତା, ସଦସ୍ୟବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ଉତ୍ସବ ଚଳିତ ୧୪ ତାରିଖ ମଙ୍ଗଳବାର ମକର ସଂକ୍ରାନ୍ତି ତିଥି ଦିବସ ଠାରୁ ଆସନ୍ତା ୧୬ ତାରିଖ ଗୁରୁବାର କୃଷ୍ଣପକ୍ଷ ତିଥି ଦିବସ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଶେଷରେ ସଭାପତି ମନ୍ତୀ ମହୋଦୟ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ସହ କୃତଜ୍ଞତା ଜଣାଇଥିଲେ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.