ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ।

0 451

ଭଞ୍ଜନଗର, ୦୬/୦୯(ପିପିଟି): ଭଞ୍ଜନଗର ସହରର ରାସ୍ତାକଡ଼ରେ ବହୁ ଉଠା ଦୋକାନୀ ଦୀର୍ଘଦିନ ହେଲା ବ୍ୟବସାୟ ଚଳାଇଛନ୍ତି।ଯାହା ଫଳରେ ରାସ୍ତା ସଙ୍କୁଚିତ ହୋଇ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି।ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଭଞ୍ଜନଗର ଉପାଜିଲ୍ଲପାଳ ଉମା ଶଙ୍କର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଆଜି ବହୁ ଦୋକାନ ଉପରେ ଚଢ଼ାଉ କରାଯାଇଛି। ଏଥିରେ ମାଜିଷ୍ଟ୍ରେଟ ଅବିନାଶ ମାହାର, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଣ ପଣ୍ଡା ,ଥାନା ଅଧିକାରୀ ଜୀବନାନନ୍ଦ ଜେନା ନିଜ ଟିମ ଧରି ସହର ସାରା ସମସ୍ତ ଉଠା ଦୋକାନୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ସହ ସମସ୍ତ ହୋଟେଲ, ବ୍ୟବସାୟୀକ ପ୍ରତିଷ୍ଠାନ ଭଳି ବହୁ ଦୋକାନୀଙ୍କ ଟ୍ରେଡ଼ ଲାଇସେନ୍ସ ଏବଂ ଅବଶକୀୟ କାଗଜପତ୍ର ଯାଞ୍ଚ କରାଯାଇଛି। ବହୁ ଦୋକାନୀଙ୍କ ଲାଇସେନ୍ସ ଅବଧି ସରିଯାଇଥିଲେ ମଧ୍ୟ ନବୀକରଣ କରି ନଥିବା ବେଳେ ଉକ୍ତ ଦୋକାନୀଙ୍କ ଠାରୁ ଜରିମାନା ଆଦାୟ କରିବା ପାଇଁ ତାଗିଦ କରାଯାଇ ଅନଲାଇନ ଦ୍ୱାରା ପୁନଃ ନବୀକରଣ କରିବା ପାଇଁ ପରାମର୍ଶ ଦିଆଯାଇଛି।ଏଥିସହ ମୁଖ୍ୟରାସ୍ତାରେ ଥିବା ଦୋକାନୀ ମାନେ ରାସ୍ତା ଉପରକୁ ମାଡ଼ି ଆସିଥିବାରୁ ପାର୍କିଙ୍ଗ ସମସ୍ୟା ଉପୁଜିଛି।ତେଣୁ ଜବରଦଖଲ ହଟାଇବା ପାଇଁ ନିର୍ଦେଶ ଦିଆଯାଇଛି। ଏଥିସହ ପଲିଥିନ ବ୍ୟବହାରକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜରିମାନା ଆଦାୟ କରାଯାଇଛି। ସମସ୍ତ ବ୍ୟବସାୟୀଙ୍କୁ ନିଜର ସାଇନ ବୋର୍ଡ ଓଡ଼ିଆ ଭାଷାରେ ଲେଖିବା ପାଇଁ ମଧ୍ୟ କୁହାଯାଇଛି। ଚଢ଼ାଉ ସମୟରେ ଆବଶକୀୟ କାଗଜପତ୍ର ନଥିବାରୁ ୭ ଗୋଟି ବ୍ୟବସାୟିକ ଅନୁଷ୍ଠାନ ସିଲ କରାଯିବା ସହ ୨୦ରୁ ଅଧିକ ଦୋକାନୀଙ୍କ ଠାରୁ ପ୍ରାୟ ୫୦ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି।ଯାଞ୍ଚ ପ୍ରକ୍ରିୟା ବେଳେ ବହୁ ଦୋକାନୀଙ୍କ ଆବଶ୍ୟକୀୟ କାଗଜପତ୍ର ନଥିବାରୁ ଦୋକାନ ବନ୍ଦ କରି ଚାଲିଯାଇଥିବା ଦେଖିବାକୁ ମିଳିଥିଲା। ଏହି ଯାଞ୍ଚ ପ୍ରକ୍ରିୟା ଆଗାମୀ ଦିନରେ ମଧ୍ୟ ଚାଲୁରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।ଅନ୍ୟ ମାନଙ୍କ ମଧ୍ୟରେ ଏସ୍.ଆଇ ଲଷ୍ମୀଧର ମହାନ୍ତି,ଏସ୍.ଆଇ ଜୋସ୍ନାରାଣୀ ସାହୁ ,ବରିଷ୍ଠ କିରାଣୀ ମିଲନ ମୋହନ ମୁର୍ମୁ ,କନିଷ୍ଠ ଯନ୍ତ୍ରୀ ଦିଲୀପ କୁମାର ମିଶ୍ର ,ପରିମଳ ନିରୀକ୍ଷକ ଅମ୍ରିତା ନାୟକ ,ଭଗବାନ ପାତ୍ର,ସୁଶାନ୍ତ ମିଶ୍ର ,ଶୁଭମ ପାଢ଼ୀ,ଅଶୋକ ପ୍ରଧାନ,ଜଗନ୍ନାଥ ପାତ୍ର ସମେତ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.