ଖୋର୍ଦ୍ଧା,୦୫/୦୩(ପିପିଟି):ଜଣେ ଅଭିଜ୍ଞ ରାଜନୀତିଜ୍ଞ, ସୁଦକ୍ଷ ବୈମାନିକ, ସଫଳ ଶିଳ୍ପ ଉଦ୍ୟୋଗୀ ଓ ସ୍ୱାଭିମାନୀ ଓଡିଆ ଭାବରେ ସେ ପ୍ରତିଟି ଓଡିଆ ପ୍ରାଣରେ ଭିନ୍ନ ଭିନ୍ନ ଭାବନାରେ ସ୍ଥାନିତ । ସେ ହେଉଛନ୍ତି କୋଟି ଓଡିଆଙ୍କ ମୁଖ ନିସୃତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ । ଆଜନ୍ମ ସାହାସୀ, ତୁଙ୍ଗ ବ୍ୟକ୍ତିତ୍ୱର ଅଧିକାରୀ ବିଜୁବାବୁଙ୍କୁ କେବଳ ଓଡିଆ ଚିହ୍ନେନା, ସାରା ବିଶ୍ୱରେ ତାଙ୍କ ଦୁର୍ଦ୍ଦର୍ଷ ମାନସିକତାର , ତାଙ୍କ ଦୂରଦୃଷ୍ଟିର, ତାଙ୍କ କର୍ମନିପୁଣ ଜୀବନର ପ୍ରଶଂସା ଶୁଣିବାକୁ ମିଳେ। ତାଙ୍କ ବର୍ତ୍ତମାନରେ ବି ଏ ଓଡିଶା ମାଟିରେ ସେ ଅବିସ୍ମରଣୀୟ, ଅତୁଳନୀୟ, ଅବର୍ଣ୍ଣନୀୟ ।
ଆଜି ସେହି ମହାନ ଭୂମିପୁତ୍ର ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜନ୍ମ ଜୟନ୍ତୀ ଅବସରରେ ତାଙ୍କ ଭଳି ଜଣେ ଯୋଗଜନ୍ମା ଓଡିଆ ସନ୍ତାନଙ୍କ ପାଇଁ ସାରା ରାଜ୍ୟରେ ଜନ୍ମ ଜୟନ୍ତୀ ଉତ୍ସବ ପାଳନ କରାଯାଉଛି।ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ-ବୋଲଗଡ଼ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ପକ୍ଷରୁ ମହାନ୍ ଜନନାୟକ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୮ତମ ଜୟନ୍ତୀ ପାଳନ କରାଯାଇଛି ।ଏହି କାର୍ଯ୍ୟକ୍ରମ ବେଗୁନିଆ ଟାଉନ କ୍ଲବ ପରିସରେ ବେଗୁନିଆ ,ବୋଲଗଡ଼ ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ସାହୁ ,ବୋଲଗଡ଼ ବ୍ଲକ୍ ଅଧ୍ୟକ୍ଷା ହୁଲାସ ପ୍ରଧାନ ବେଗୁନିଆ ବ୍ଲକ୍ ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି ନିର୍ବାଚନ ମଣ୍ଡଳୀର ଜିଲ୍ଲା ପରିଷଦ ସଦସ୍ୟ,ସରପଞ୍ଚ ,ସମିତି ସଭ୍ୟ ସଭ୍ୟା ମାନେ ମଞ୍ଚାସିନ ହୋଇ ବିଜୁ ବାବୁଙ୍କ ଆଦର୍ଶ କାର୍ଯ୍ୟକଳାପ ଉପରେ ଆଲୋକ ପାତ କରାଇ ଥିଲେ । ବେଗୁନିଆ ନିର୍ବାଚନ ମଣ୍ଡଳୀର ୪୦ ଟି ପଞ୍ଚାୟତରୁ ୨ ହଜାରରୁ ଉର୍ଦ୍ଧ୍ୱ କର୍ମୀ ସାମିଲ ହୋଇଥିଲେ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଜଣେ ସାହାସୀ ବ୍ୟକ୍ତିତ୍ୱ ଥିଲେ । ବିଜୁ ଜନତା ଦଳ ସରକାର ରାଜ୍ୟର ଜନସାଧାରଣଙ୍କ ପାଇଁ ଅନେକ ଜନହିତକର ଯୋଜନା କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ଚିନ୍ତାଧାରା ପାଇଁ ସାରା ଭାରତରେ ଓଡ଼ିଶା ସମୃଦ୍ଧିଶାଳୀ ହୋଇ ପାରିଥିବା କହିଥିଲେ ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)