ପ୍ରଫେସର ପ୍ରଭୁଦତ୍ତ ହୋତାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ।

0 249

ସୁବର୍ଣ୍ଣପୁର – ସୁବର୍ଣ୍ଣପୁର ଜିଲ୍ଲା ତରଭା  ଏ.ଇ.ଏସ୍. ମହାବିଦ୍ୟାଳୟରେ ପ୍ରାଣୀ ବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରଫେସର ପ୍ରଭୁଦତ୍ତ ହୋତାଙ୍କ ଉଦ୍ଦେଶ୍ୟରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ମିଶ୍ର ସଭାପତିତ୍ବରେ ଅନୁଷ୍ଠିତ ସଭାରେ ପରିଚାଳନା କମିଟି ସଭାପତି ଶୈଳେନ୍ଦ୍ର ସାହୁ ମୁଖ୍ୟ ଅତିଥି ଇଂରାଜୀ ବିଭାଗୀୟ ମୁଖ୍ୟ ପ୍ରଫେସର ଅନୋଜ ଭୁକ୍ତା ଓ ଅର୍ଥନୀତି ବିଭାଗୀୟ ମୁଖ୍ୟ ପ୍ରଫେସର ବିନତୀ ମିଶ୍ର ସମ୍ମାନିତ ଅତିଥିଭାବେ ଯୋଗଦେଇ ପ୍ରଫେସର ହୋତାଙ୍କ କର୍ମମୟ ଜୀବନର ସ୍ମୃତିଚାରଣ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଶିବରାମ ମେହେର, ଦେବାଶିଷ ଶତପଥୀ, ରୋହିତ ପଧାନ,ରୋଶନ ମେହେର, ବିଦ୍ୟାପତି ଦାନୀ, ଡ଼ଃ ସବିତା ମିଶ୍ର ଓ ଡ଼ଃ ସରୋଜିନୀ ପଧାନ, ମନୋରଞ୍ଜନ ଭୋଇ ପ୍ରମୁଖ ପ୍ରଫେସର ହୋତାଙ୍କ କର୍ମମୟ ଜୀବନର ସ୍ମୃତି ଚାରଣ କରିବା ସାଙ୍ଗେ ସାଙ୍ଗେ ଅବସର ପରବର୍ତ୍ତୀ ନିରାମୟ, ସୁଖମୟ ଜୀବନଯାପନର କାମନା କରିଥିଲେ । ଲାଇବ୍ରେରୀଏନ୍ ଦେବେନ୍ଦ୍ର କୁମାର ନାଏକ ମଞ୍ଚ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ସୁନିତା ମିଶ୍ର, ସୌମ୍ୟାଶ୍ରୀ ମିଶ୍ର, ଅଧ୍ୟାପକ ପ୍ରଶାନ୍ତ ନାଗ,ଖେଳ ଶିକ୍ଷକ ସଞ୍ଜୀବ ସାହୁ ଓ ମୁଖ୍ୟ କିରାଣୀ ସନ୍ତୋଷ ଚାନ୍ଦ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ। କଲେଜର ସମସ୍ତ ଶିକ୍ଷକ,  ଅଣ-ଶିକ୍ଷକ କର୍ମଚାରୀ ତଥା ପରିଚାଳନା କମିଟିର ସଦସ୍ୟ ସଦସ୍ୟା ପ୍ରଫେସର ପ୍ରଭୁଦତ୍ତ ହୋତାଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠିତ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ଉତ୍ସବଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.