ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ଏବଂ ଜାତୀୟ ଡାଲିଜାତୀୟ ଫସଲ ମିଶନ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ।

0 214

ଯାଜପୁର,୧୧/୧୦(ପିପିଟି):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ଏବଂ ଜାତୀୟ ଡାଲି ଫସଲ ମିଶନର ଲୋକାର୍ପଣ ଅବସରରେ ଯାଜପୁର ଜିଲ୍ଲାର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ସମାନ୍ତରାଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦେବିପ୍ରସାଦ ମହାନ୍ତି,କୃଷି ଜିଲ୍ଲା ଅଧିକାରୀ,ଧର୍ମଶାଳା ଦିଲ୍ଲୀପ କୁମାର ମହାନ୍ତି,ଉଦ୍ୟାନ କୃଷି ନିର୍ଦ୍ଦେଶକ ରାଧେଶ୍ୟାମ ବେହେରା,କୃଷି ବିଜ୍ଞାନ କେନ୍ଦ୍ର, ବଡ଼ଚଣାର ବରିଷ୍ଠ ବୈଜ୍ଞାନିକ ସୁନିଲ କୁମାର ମହାପାତ୍ର ତଥା ମାନ୍ୟବର ସାଂସଦ,ଲୋକସଭାଙ୍କ ପ୍ରତିନିଧି ଜିତେନ୍ଦ୍ର କୁମାର ବିଶ୍ବାଳ ଏବଂ ଫନିଶ୍ରୀ ମିଶ୍ର ଅତିଥି ଭାବେ ଯୋଗଦାନ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ତପନ କୁମାର ମହାପାତ୍ର ଆୟୋଜନ ତଥା ସୁପରିଚାଳନା କରିଥିଲେ। ଜିଲ୍ଲା ସୂଚନା ଅଧିକାରୀ, ଜାତୀୟ ସୂଚନା କେନ୍ଦ୍ରଙ୍କ ତତ୍ତ୍ଵାବଧାନରେ ରାଜ୍ୟ ସ୍ତରୀୟ ଏବଂ ପ୍ରଧାନମନ୍ତ୍ରୀଙ୍କ ଲୋକାର୍ପଣ କାର୍ଯ୍ୟକ୍ରମର ସିଧାପ୍ରସାରଣ ଶହେ ପଚାଶ ଜଣ ଚାଷୀ ଭାଇ ଭଉଣୀ, କୃଷି ତଥା ଆନୁସାଙ୍ଗୀକ ବିଭାଗର ଅଧିକାରୀ ତଥା କୃଷି ଉନ୍ନତ ସହଯୋଗୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆୟୋଜିତ ହୋଇଥିଲା । ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାରେ ଦେଶର ୧୦୦ଟି ଆକାଂକ୍ଷୀ ଜିଲ୍ଲାରେ ଅଧିକ ଫସଲ ଉତ୍ପାଦନ,ଫସଲର ବିବିଧିକରଣ, ଜଳସେଚନ ପ୍ରକଳ୍ପର ଉନ୍ନତିକରଣ, କୃଷି ଋଣ,ଜୈବିକକୃଷି ତଥା କୃଷି ଉତ୍ପାଦନର ପ୍ରକ୍ରିୟାକରଣ ଉପରେ ପ୍ରାଧାନ୍ୟ ଦିଆଯାଇଅଛି। ଜାତୀୟ ଡାଲି ଫସଲ ଅଧିନରେ ଡାଲି ଜାତୀୟ ଫସଲର ଉତ୍ପାଦନ ବୃଦ୍ଧି, ସର୍ବନିମ୍ନ ସହାୟକ ମୂଲ୍ୟରେ ଶହେ ପ୍ରତିଶତ ଫସଲ ଖରିଦ୍ ଦାରୀ ଏବଂ ପ୍ରକ୍ରିୟାକରଣ ଉପରେ ଗୁରୁତ୍ୱାରୋପ କରାଯାଇଅଛି।

Leave A Reply

Your email address will not be published.