ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ବେଳେ ଗଲା ଜୀବନ ।

0 179

ଟିଟିଲାଗଡ଼,୦୮/୦୧: ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ବିନେକେଲା ପଞ୍ଚାୟତ ସାଲେଡିଗ୍ରୀ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା କ୍ରମେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତକ ଶ୍ରମିକ ଗ୍ରାମର ଉତ୍ସବ ପୋଢ଼ (୨୨) ବୋଲି ଜଣାପଡିଛି । ସୂଚନାରୁ ପ୍ରକାଶ ଯେ ଗ୍ରାମର ଅକ୍ଷୟ ପୋଢ଼ଙ୍କ ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣ କାର୍ଯ୍ୟରେ ଛାତ ଉପରେ ମୃତକ ଉତ୍ସବ ଏବଂ ମକରନ୍ଦ କାମ କରୁଥିଲେ । ଛାତ ଉପରକୁ ଲୁହା ଛଡ଼ ଟାଣୁଥିବା ବେଳେ ଉପରେ ବିଦ୍ୟୁତ ବିଭାଗ ପକ୍ଷରୁ ଟଣାଯାଇଥିବା ତାର ସଂପର୍ଶରେ ଆସି ଉଭୟେ ଗୁରୁତର ହୋଇ ପଡ଼ିଥିଲେ । ଉଭୟଙ୍କୁ ଟିଟିଲାଗଡ଼ ଉପଖଣ୍ଡ ସରକାରୀ ଡାକ୍ତରଖାନାକୁ ଆଣି ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ଶ୍ରମିକ ଉତ୍ସବଙ୍କ ମୃତ୍ୟୁ ଘୋଷଣା କରିଥିଲେ । ଅନ୍ୟତମ ଆହତ ମକରନ୍ଦଙ୍କୁ ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନାକୁ ରେଫର କରିଥିଲେ । ତେବେ ବଲାଙ୍ଗିର ଡାକ୍ତରଖାନା ରୋଗୀଙ୍କୁ ବୁର୍ଲା ଭିଏସଏସ ଡାକ୍ତରଖାନା ଏବଂ ବୁର୍ଲା ଡାକ୍ତରଖାନା କଟକକୁ ରେଫର କରାଯିବା ନଜିର ନେଇ ପରିବାର ଲୋକେ ବ୍ୟକ୍ତିଗତ ଭାବରେ ଆମ୍ବୁଲାନ୍ସ ଯୋଗାଡ଼ କରି ମକରନ୍ଦଙ୍କୁ ଛତିଶଗଡ ରାଜ୍ୟ ରାୟପୁରକୁ ନେଇ ଯାଇଛନ୍ତି ।

Leave A Reply

Your email address will not be published.