ଧାମରା,୨୬/୧୦:ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ଏକ ଟିମ ଧାମରା ଅଞ୍ଚଳ ଗସ୍ତ କରିଥିଲେ। ଧାମରା ଠାରେ ବାତ୍ୟା ଦାନା ଲ୍ୟାଣ୍ଡ ଫଲ କରିଥିଲା। ଧାମରା ରେ ବାତ୍ୟା ପ୍ରପୀଡ଼ିତଙ୍କୁ ଯୁବ କଂଗ୍ରେସ ପକ୍ଷରୁ ଶୁଖିଲା ଖାଦ୍ୟ ପୁଡିଆ ବଣ୍ଟନ କରାଯାଇଥିଲା। ବାତ୍ୟା ପ୍ରପୀଡ଼ିତ ମାନଙ୍କ ପାଇଁ କ୍ଷତି ପୂରଣ ଦେବା ପାଇଁ ସରକାର ପ୍ରକିୟା ଆରମ୍ଭ କରନ୍ତୁ ବୋଲି ଦାବୀ କରାଯାଇଛି। ଚାଷୀ ମାନଙ୍କର ବିପୁଳ କ୍ଷତି ହୋଇଥିବା ବେଳେ ସେମାନଙ୍କ ପାଇଁ ସରକାର ହେକ୍ଟର ପିଛା ୨୦ହଜାର ଟଙ୍କା ତୁରନ୍ତ ଯୋଗାଇ ଦେବାକୁ ମଧ୍ୟ ଦାବୀ କରିଛନ୍ତି। ବାତ୍ୟା ଅଞ୍ଚଳରୁ କୃଷି ଋଣ ସମ୍ପୂର୍ଣ ଛାଡ଼ କରାଯିବ ସହ ଯେଉଁ ମାନଙ୍କର ଘର ନଷ୍ଟ ହୋଇଯାଇଛି ସେମାନଙ୍କୁ ଆବାସ ଯୋଜନାରେ ଘର ମଧ୍ୟ ଯୋଗାଇଦେବାକୁ ପ୍ରଦେଶ ଯୁବ କଂଗ୍ରେସ ଦାବୀ କରିଛି। ବାତ୍ୟା ପ୍ରଭାବିତ ଅଞ୍ଚଳରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସ୍କୁଲ ଏବଂ କଲେଜରେ ଫି ମଧ୍ୟ ଛାଡ଼ କରାଯାଉ ବୋଲି ଦାବୀ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ଦିଗମ୍ବର ଦାସ, ୟାଶୀର ନାୱାଜ, ମନୋଜ ବିଶ୍ୱାଳ, ସୁଦିପ ସାମଲ, ଅଜୟ ସାହୁ, ନିହାର ବେହେରା,ଗୋପନ ମାର୍ଥା,ତୁଷାରକାନ୍ତ, ଅଭିଜିତ ଜେନା, ସ୍ୱାଗତ କର, ମହମଦ ପରବେଜ,ସଂକୁନା କହଁର,ବଳରାମ ନନ୍ଦ,ଆଶିଷ ମହନ୍ତ, ପ୍ରମୁଖ ଉପସ୍ଥିତ ଥିଲେ।