ପ୍ରଥମ ସୁବର୍ଣ୍ଣ-ସମ୍ବଲ ଦେଉଲଝରି ମହୋତ୍ସବ ଉଦଯାପିତ ।

0 46

ଉଲୁଣ୍ଡା ,୧୭/୧୧(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତ ର କୁନ୍ଦପାଳ ନିକଟସ୍ଥ ଦେଉଳଝରି ସିଦ୍ଧେଶ୍ୱର ପିଠ ଠାରେ ପ୍ରଥମ ସୁବର୍ଣ୍ଣ-ସମ୍ବଳ ଦେଉଳଝରି ମହୋତ୍ସବ ଆଜି ଉଦଯାପିତ ହୋଇଯାଇଛି। ସୁବର୍ଣ୍ଣପୁର -ରେଢାଖୋଲ ସୀମାନ୍ତ ଏହି ପୀଠ ଐତିହ୍ୟ ଓ ସଂସ୍କୃତିର ସାକ୍ଷୀ ରହିଥିବା ଜଣାପଡେ।ଏହି ଦେଉଳଝରି ମହୋତ୍ସବ ୧୩ତାରିଖରୁ ଆରମ୍ଭ ହୋଇ ତିନି ଦିନ ହୋଇଥିବା ବେଳେ ଆଜି ଉଦଯାପିତ ହୋଇଛି।୧୩ ତାରିଖ ରେ ଗିରି ଗୋବର୍ଦ୍ଧନ ପୂଜା ଓ ଉଦୟ -ଅସ୍ତ ନାମ ଯଜ୍ଞ,୧୪ ତାରିଖ ରେ ଦିବ୍ୟାଙ୍ଗ ମନଭାଙ୍ଗୀ ଭୋଇ ଙ୍କ ଦ୍ଵାରା ସୁନ୍ଦରାକାଣ୍ଡ ପାରାୟଣ, ମହିଳା ସଂକୀର୍ତ୍ତନ,୧୫ ତାରିଖ ରେ ରୁମକୁଝୁମାନା ସାଂସ୍କୃତିକ ଅନୁଷ୍ଠାନ ଦ୍ଵାରା ଲୋକଗୀତ, ନୃତ୍ୟ ପରିବେଷଣ,କଳା ଓ ସଂସ୍କୃତି ଉପରେ ଆଧାରିତ ଆଦି ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦେଉଳଝରି ମଠ ମହାରାଜ ମନୋହର ଦାସ ଙ୍କ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଶାଶ୍ଵତ କୁମାର ତ୍ରିପାଠୀଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା, ପୂର୍ବତନ ବ୍ଳକ ଅଧ୍ୟକ୍ଷ ରଞ୍ଜିତ ରଥ, କିଶୋର ହୋତା, ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ, ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା , ରେଢ଼ାଖୋଲ ବ୍ଳକ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ ଯୋଗ ଦେଇ ଦେଉଳଝରି ର ବିକାଶ ପାଇଁ ମତ ପ୍ରକାଶ କରିଥଲେ।ଏହି ଅବସରରେ ମଞ୍ଚ ଅଭିନେତା ଅଶୋକ ଷାଣ୍ଢ, ଭାଗିରଥି ମିଶ୍ର, କଣ୍ଠଶିଳ୍ପୀ ଚୁମକୀ ପାଢୀ, ପ୍ରଦୀପ ବାରିକ,ସେଚ୍ଛାସେବୀ ଅନୁଷ୍ଠାନ ସିୟା ପରିବାର ଙ୍କୁ ସମ୍ମାନିତ କରାଯାଇଥିଲା। ପ୍ରଭୁକୃପା ସାଉଁଟିବା ପାଇଁ ଦୂରଦୂରାନ୍ତରୁ ହଜାର ହଜାର ଭକ୍ତ ଧାଇଁ ଆସିଥିଲେ।ଏହି ମହୋତ୍ସବ ରେ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.