ପ୍ରତିଷ୍ଠା ଦିବସରେ ଏକାଠି କିଛି ବିଜେଡି ନେତା ଓ କର୍ମୀ ।

0 273

ଭଞ୍ଜନଗର ୨୬/୧୨(ପିପିଟି):ଏକ ଆଞ୍ଚଳିକ ଦଳ ଭାବେ ବିଜୁ ଜନତା ଦଳ ପକ୍ଷରୁ ଆଜି ସାରା ରାଜ୍ୟରେ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି।ସେହିପରି ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ମଧ୍ୟ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଆସିକା କୋ- ଅପେରେଟିଭ ସୋସାଇଟି ଲିମିଟେଡର ସଭାପତି ବୀରେନ୍ଦ୍ର କେଶରୀ ଆରୁଖ, ଜିଲୁଣ୍ଡି ସରପଞ୍ଚ ରଞ୍ଜିତ ଆରୁଖ, ସରକାରୀ ଓକିଲ ଦିବାକର ନାୟକ, ବିଜେଡି ନେତା ରାଜେନ୍ଦ୍ର କୁମାର ପ୍ରଧାନ, ଲୁଲୁ ପ୍ରଧାନ, ଭକ୍ତରାମ ଜେନା ପ୍ରମୁଖ ଯୋଗଦେଇ ବିଜେଡ଼ି ୨୪ବର୍ଷ ଶାସନ ସମୟରେ ରାଜ୍ୟରେ ଅନେକ ବିକାଶ ହୋଇଥିଲା ଏବଂ ବହୁଲୋକ ଉପକୃତ ହୋଇଥିଲେ।ଯାହାକୁ ରାଜ୍ୟବାସୀ ଆଜି ପର୍ଯ୍ୟନ୍ତ ଭୁଲି ନାହାନ୍ତି।ତେଣୁ ଆଗାମୀ ଦିନରେ ପୁଣିଥରେ ବିଜେଡ଼ି ସଙ୍ଗଠିତ ହୋଇ କ୍ଷମତାକୁ ଫେରିବ ବୋଲି ଆଶା ରଖିଛି। ଭାଜପା କ୍ଷମତାକୁ ଆସିବା ପୁର୍ବରୁ ଅନେକ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ କ୍ଷମତାକୁ ଆସିବା ପରେ ଭାଜପା ତାର ପ୍ରତିଶ୍ରୁତି ଭୁଲିଯାଇଛି ବୋଲି ବିଜେଡି ନେତାମାନେ ଅଭିଯୋଗ କରିଥିଲେ।ଗତ ନିର୍ବାଚନରେ ବିଜେଡ଼ି ପରାଜୟ ପରେ ଭଞ୍ଜନଗରରେ ପ୍ରଭାବ ଶୂନ୍ୟ ହୋଇରହିଛି।ଆଜି ପ୍ରତିଷ୍ଠା ଦିବସରେ ମଧ୍ୟ ପୂର୍ବଭଳି ନେତା ଓ କର୍ମୀଙ୍କ ମଧ୍ୟରେ ଆନ୍ତରିକତା ନଥିବା ଦେଖାଯାଇଛି।ଦଳର ବହୁ କର୍ମୀ ଏବେ ଅନ୍ୟଦଳରେ ଯୋଗ ଦେଇଛନ୍ତି।ତେଣୁ ଆଗକୁ ବିଜେଡ଼ିର କାର୍ଯ୍ୟପନ୍ଥା କିଭଳି ରହିବ ଦେଖିବାକୁ ବାକି ରହିଲା।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.