ପ୍ରଣବ କୁମାର ବଳବନ୍ତରାୟ ଏକ ନାମ ନୁହେଁ ଏହା ଏକ ବ୍ରାଣ୍ଡ :ଯୁବନେତା ସୁବ୍ରତ କୁମାର ଧଳ ।

0 424

ଯାଜପୁର,୩୦/୧୦(ପିପିଟି): ସରକାର ବଦଳିଛି, ନେତୃତ୍ବ ବି ବଦଳିଛି, ଆସିଛି ନୂଆ ସରକାର କିନ୍ତୁ ଧର୍ମଶାଳା ରେ ଯେଉଁ ଆକାଶ ଛୁଆଁ ବିକାଶ ମୂଳକ କାର୍ଯ୍ୟ ହୋଇଛି । ତାହା କେବଳ ସମ୍ଭବ ହୋଇଛି ପ୍ରଣବ କୁମାର ବଳବନ୍ତରାୟଙ୍କ ଦୃଢ ଇଚ୍ଛା ଶକ୍ତି ପାଇଁ ଆମ ସରକାର ଓ ଆମ ନେତା ଦୃଢ଼ ଇଚ୍ଛା ଶକ୍ତି ରେ ଧର୍ମଶାଳାରେ ବିକାଶ ହୋଇଛି ତାହା ଓଡ଼ିଶାବାସୀ ଜାଣିଛନ୍ତି ତଥାପି କିଛି ସଂକ୍ଷିପ୍ତରେ କହୁଛି ଆମ ଧର୍ମଶାଳା ବିକାଶ ହୋଇଛି ଗୋଟିଏ ଦିନରେ ୫୦୦୦ ରୁ ଉର୍ଦ୍ଧ୍ବ ଭତ୍ତା ବଣ୍ଟନ ।

ଗୋଟିଏ ଦିନରେ ଟ.୧୬୧ କୋଟିର ରାସ୍ତା ଶିଳାନ୍ୟାସ। ଆମ ଓଡ଼ିଶା ନବୀନ ଓଡ଼ିଶା ପ୍ରୋଜେକ୍ଟ ରେ ୭୦୧ ପ୍ରକଳ୍ପ ପାଇଁ ୨୭ କୋଟି ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ସହାୟତା ଯୋଜନାରୁ ୧୧୫ ଟି ପ୍ରକଳ୍ପ ପାଇଁ ଟ. ୧୫ କୋଟି। ୪୬ ହଜାର ପରିବାରକୁ କାଳିଆ ଯୋଜନା, ୭୩ ହଜାର ପରିବାରକୁ ରାସନ୍ କାର୍ଡ, ୭୩ ହଜାର ପରିବାରକୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ । ୬୭ ଟି ଉଚ୍ଚ ବିଦ୍ୟାଳୟକୁ ଟ.୪୧ କୋଟି ଖର୍ଚ୍ଚରେ ରୂପାନ୍ତରଣ । ୨୦ ଟି ମହାବିଦ୍ୟାଳୟକୁ ଟ.୧୦ କୋଟି ଖର୍ଚ୍ଚ ରେ ରୂପାନ୍ତରଣ । ଧର୍ମଶାଳା ସ୍ବାସ୍ଥ୍ୟ କେନ୍ଦ୍ରକୁ ଟ.୨.୮ କୋଟିରେ ରୂପାନ୍ତରଣ । ୨୬ ଟି ପଞ୍ଚାୟତରେ ମୋ ବ୍ୟାଙ୍କ ଖୋଲାଯାଇଛି । ଧର୍ମଶାଳାରେ ମନ୍ଦିର, ମସଜିଦ, ଚର୍ଚ୍ଚ ରୂପାନ୍ତରଣ ପାଇଁ କୋଟି କୋଟି ଟଙ୍କାର ବ୍ୟୟ କରାଯାଇଛି,ଏହି ଭଳି ଅନେକ ଗୁଡିଏ କାର୍ଯ୍ୟ କରାଯାଇ ଧର୍ମଶାଳାକୁ ପ୍ରଗତିର ପ୍ରୟୋଗ ଶାଳ ଭାବେ ଗଢ଼ି ତୋଳିଛନ୍ତି ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ।

Leave A Reply

Your email address will not be published.