ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନିତ ହେଲେ ବୀରମହାରାଜପୁର ମାଟିର ପୁଅ ନୀଳାମ୍ବର ।

0 201

ସୁବର୍ଣ୍ଣପୁର ,୨୦/୦୯(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ପଞ୍ଚାୟତ ଅନ୍ତର୍ଗତ ଦେଉଳି ଗ୍ରାମର ଛାତ୍ର ନୀଳାମ୍ବର ଦାଶ ଦିଲ୍ଲୀ ରେ ଥିବା ଜବାହରଲାଲ୍ ନେହେରୁ ବିଶ୍ବବିଦ୍ୟାଳୟ ର ଛାତ୍ର ଅଟନ୍ତି। ସେ ଆଜି ସାରା ଓଡ଼ିଶା ପାଇଁ ତଥା ତାଙ୍କ ନିଜର ଜିଲ୍ଲା ସୋନପୁର ପାଇଁ ପ୍ରକୃତି ବନ୍ଧୁ ସମ୍ମାନ ପାଇ ଗୌରବ ଆଣଛନ୍ତି । ଦିଲ୍ଲୀ ରେ ଥିବା ମିଳନ ପରିବାର ଦ୍ଵାରା ପାଳିତ ହୋଇଥିବା ନୂଆଁଖାଇ ଭେଟଘାଟ ରେ ତାଙ୍କୁ ଉକ୍ତ ସମ୍ମାନ ରେ ସମ୍ମାନିତ କରାଯାଇଥିଲା । ନୀଳାମ୍ବର ତାଙ୍କ ବିଶ୍ୱବିଦ୍ୟାଳୟ ରୁ ମିଳିଥିବା ସ୍କୋଲାର୍ଶିପ ପଇସା ରେ ନିଜ ଅଞ୍ଚଳ ବୀରମହାରାଜପୁର ବ୍ଲକ ଦେଉଳି ଗ୍ରାମ ରେ ବିଶାଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିଥିଲେ । ପରିବେଶ ପାଇଁ ଜଣେ ଛାତ୍ର ଦ୍ଵାରା ଏହି କାମ କୁ ଦେଖି ମିଳନ ପରିବାର ର ସଭାପତି ବିଶ୍ଵାମିତ୍ର ଶ୍ରୀ ଦାଶଙ୍କୁ ମଞ୍ଚ ଉପରକୁ ଡାକି ପ୍ରକୃତି ସମ୍ମାନରେ ସମ୍ମାନିତ କରିଥିଲେ । ପୂର୍ବରୁ ମଧ୍ୟ ଗତ ଅଗଷ୍ଟ ମାସ ୧୪ ତାରିଖ ରେ ଦିଲ୍ଲୀ ରେ ନିଜେ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମଧ୍ୟ ତାଙ୍କୁ ଶୁଭକାମନା ଦେଇଥିଲେ । ଏହି ସମ୍ମାନ ପାଇ ସେ ବହୁତ୍ ଖୁସି ଅଛନ୍ତି ଆଉ ସମସ୍ତ ଶ୍ରେୟ ସେ ନିଜର ବାପା ବିଶ୍ଵାମିତ୍ର ଦାଶ , ଜେଜେବାପା ପରମେଶ୍ବର ଦାଶ , କାକା ଭରଦ୍ୱାଜ ଦାଶ ତଥା ତାଙ୍କୁ ଏହି କାର୍ଯ୍ୟକ୍ରମ ରେ ବିଶେଷ ରୂପ ରେ ସହଯୋଗ କରିଥିଲେ। ତାଙ୍କ ଗୁରୁ ପ୍ଲାବନ ମହାପାତ୍ର ମହାନଦୀ ଧାରା , ସୋନପୁର, ମାମୁ ଅଶ୍ଵିନୀ ଶତପଥୀ ତଥା ଦେଉଳି ଗ୍ରାମର ମାନସ ମିଶ୍ର , ଭକ୍ତବନ୍ଧୁ ବୁଡେକ୍ , ସୁଧାଂଶୁ କର୍ଣ୍ଣ , ପିଣ୍ଟୁ ଶତପଥୀ , ଅଜିତ କର୍ମୀ, ଲିପୁନ୍ ପାତ୍ର , ଦେବାଶିଷ ନାଏକ , ରଞ୍ଜିତ କର୍ମୀ ,ସୁବ୍ରତ କର୍ଣ୍ଣ , ଭିଷ୍ମରଥି କର୍ଣ୍ଣ , ସଞ୍ଜୟ କର୍ମୀ ,ଉତ୍ତମ ଗାଇଗରିଆ , ସୁଜିତ୍ କର୍ମୀ , ପାର୍ଥସାରଥୀ ପଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିବା ସମସ୍ତ ଗ୍ରାମବାସୀ ତଥା ଅଞ୍ଚଳ ବାସି ଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି ।

ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.