ପ୍ରକୃତି ବନ୍ଧୁ ଶିକ୍ଷକ ଦ୍ଵିତୀକୃଷ୍ଣ ।

0 256

ଭଞ୍ଜନଗର, ୨୨/୦୫(ପିପିଟି):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସବଡିଭିଜନ ଅନ୍ତର୍ଗତ ବେଲଗୁଣ୍ଠା ବ୍ଳକ ଅଧିନସ୍ଥ ନେଟଙ୍ଗା ଗ୍ରାମର ପ୍ରକୃତି ବନ୍ଧୁ ସମ୍ମାନୀତ ବିଜ୍ଞାନ ଶିକ୍ଷକ ଦ୍ଵିତୀକୃଷ୍ଣ ଲେଙ୍କା ଓ୍ଵାରଲଡ୍ ଚାରିଟି ୱଲଫେର୍ ଫାଉଣ୍ଡେସନ୍ ଦ୍ଵାରା ଇଣ୍ଟରନେସନାଲ୍ ସୋସିଆଲ ଅନରେବଲ୍ ଆଓ୍ଵାର୍ଡ ସହିତ ଆମେରିକାନ୍ ମେରିଟ୍ କାଉନସିଲ୍ ତରଫରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧିରେ ସମ୍ମାନୀତ ହୋଇଛନ୍ତି। ଭୁବନେଶ୍ଵରର ଜୟଦେବ ଭବନ ଠାରେ ଆୟୋଜିତ ଏକ ଆଡ଼ମ୍ବରପୂର୍ଣ୍ଣ ବର୍ଣ୍ଣାଢ଼୍ୟ ସମାରୋହରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଅତିଥିମାନଙ୍କ ଗହଣରେ ମାନପତ୍ର, ଗାଉନ୍, ଉପଢୌକନ, ପୁଷ୍ପଗୁଚ୍ଛ, ଟ୍ରଫି ଓ ମେଡାଲ ଦେଇ ତାଙ୍କୁ ସମ୍ମାନିତ କରାଯାଇଥିଲା। ବିଭିନ୍ନ ପ୍ରକାରର ସାମାଜିକ ଉନ୍ନତି ମୂଳକ କାର୍ଯ୍ୟକଳାପ, ପ୍ରକୃତି ସଂରକ୍ଷଣ, ପରିବେଶ ସୁରକ୍ଷା ଓ ବ୍ୟାପକ ବୃକ୍ଷ ଚାରା ରୋପଣ ପାଇଁ ଗତବର୍ଷ ପବିତ୍ର ଶ୍ରୀକ୍ଷେତ୍ର ଧାମ ପୁରୀ ଠାରେ ତାଙ୍କୁୁ ଡିସେମ୍ବର ୩୧ ତାରିଖରେ ଏହି ଫାଉଣ୍ଡେସନ ଦ୍ଵାରା ନେସନାଲ୍ ବେଷ୍ଟ ସୋସିଆଲ ଓ୍ଵାର୍କର ଆଓ୍ଵାର୍ଡ୍ ମଧ୍ୟ ପ୍ରଦାନ କରାଯାଇଥିଲା। ଏହି ପ୍ରକୃତି ପ୍ରେମୀ ତଥା ପରିବେଶବିତ୍ ବିଜ୍ଞାନ ଶିକ୍ଷକ ତଥା ବର୍ତ୍ତମାନ ଭଞ୍ଜନଗର ବ୍ଳକର ଟୋକାଗଣ୍ଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ରୂପେ ଅବସ୍ଥାପିତ ଏବଂ ବଡକୋଦଣ୍ଡା କ୍ଲଷ୍ଟର 

ସିଆରସିସି ରୂପେ କାର୍ଯ୍ୟ ନିର୍ବାହ କରୁଥିବା ଶିକ୍ଷକ ଦ୍ଵିତୀକୃଷ୍ଣ ଲେଙ୍କାଙ୍କୁ ପୂର୍ବରୁ ଓଡ଼ିଶା ସରକାରଙ୍କ ତରଫରୁ ଏବଂ ବିଭିନ୍ନ ସଂସ୍ଥା ତଥା ସାମାଜିକ ଅନୁଷ୍ଠାନ ଦ୍ୱାରା ବିଭିନ୍ନ ପ୍ରକାରର ପୁରସ୍କାର ଓ ସମ୍ମାନ ପ୍ରଦାନ କରାଯାଇଛି। ବିଭିନ୍ନ ବିଦ୍ୟାଳୟରେ, ରାସ୍ତା ପାର୍ଶ୍ବରେ, ମଶାଣି ଭୂଇଁ ରେ ବ୍ୟାପକ ବୃକ୍ଷ ଚାରା ରୋପଣ, ପ୍ରାକୃତିକ ପରିବେଶ ସୃଷ୍ଟି, ପରିବେଶ ସୁରକ୍ଷା, ପ୍ରକୃତି ସଂରକ୍ଷଣ, ସ୍ବଚ୍ଛ ଭାରତ ଅଭିଯାନ ଆୟୋଜନ, କରୋନା ଲକଡାଉନ୍ ସମୟରେ ସାହାଯ୍ୟ ଓ ସହଯୋଗ, ବନ୍ୟପ୍ରାଣୀ ସୁରକ୍ଷା ଓ ପ୍ଲାଷ୍ଟିକ ବର୍ଜନ ପାଇଁ ଜନସାଧାରଣ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ତଥା ବିଭିନ୍ନ ପ୍ରକାରର ଜନହିତକର ସାମାଜିକ କାର୍ଯ୍ୟକଳାପ ପାଇଁ ସେ ବହୁବାର ସମ୍ମାନୀତ ହୋଇଛନ୍ତି। ପ୍ରକାଶ ଥାଉକି, ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ତାଙ୍କୁ ଦୁଇଥର ପ୍ରକୃତି ବନ୍ଧୁ, ଥରେ ପ୍ରକୃତି ମିତ୍ର ଓ ବିଦ୍ୟାଳୟ ପାଇଁ ବେଷ୍ଟ ଇନଷ୍ଟିଟ୍ୟୁସନାଲ୍ ଆଓ୍ଵାର୍ଡ୍ ପ୍ରଦାନ କରାଯାଇଛି। ସେହିପରି ଗଞ୍ଜାମ ଜିଲ୍ଲାପାଳ ଏବଂ ଗୋପାଳପୁର ଟାଟା ଷ୍ଟିଲ ପକ୍ଷରୁ କ୍ଲାଇମେଟ୍ ରେଜିଲାଣ୍ଟ୍, ଓ୍ଵାରଲ୍ଡ୍ ଟ୍ରି ବ୍ୟାଙ୍କ ପକ୍ଷରୁ ଗ୍ରୀନ୍ ମ୍ୟାନ୍, ପ୍ରେରଣା ଇଣ୍ଟରନେସନାଲ୍ ଗ୍ରୀନ ଆର୍ମୀ ପକ୍ଷରୁ ଗ୍ରୀନ୍ କମାଣ୍ଡେଣ୍ଟ୍, ଓ୍ଵାରଲ୍ଡ୍ ଚାରିଟି ୱଲଫେୟାର୍ ଫାଉଣ୍ଡେସନ ତରଫରୁ ପ୍ରାଇଡ୍ ଅଫ୍ ଓଡିଶା, ପୁରୀ ପତିତପାବନ ସେବା ସଂଘ ପକ୍ଷରୁ ଶ୍ରୀକ୍ଷେତ୍ର ସମ୍ମାନ, ଧରୀତ୍ରି ୟୋଥ୍ କନକ୍ଲେଭ୍ ପକ୍ଷରୁ ପରିବେଶ ଯୋଦ୍ଧା (ଇକୋ ହିରୋ),

ବ୍ରହ୍ମପୁର ଶୁଭଚିନ୍ତକ ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ସବୁଜ ସାରଥୀ, ବିପଦର ବନ୍ଧୁ ଓଡ଼ିଶା ପକ୍ଷରୁ ବିପଦର ବନ୍ଧୁ ସମ୍ମାନ, ଭଞ୍ଜନଗର ଲୋହରାଖଣ୍ଡି ସାହିତ୍ୟ ସଂସଦ ପକ୍ଷରୁ ବୃକ୍ଷ ପ୍ରେମୀ ସମ୍ମାନ ଏବଂ ପ୍ରକୃତି ତଥା ପରିବେଶ ଆଧାରିତ କବିତା ଲେଖନ ପାଇଁ କବି ସମ୍ମାନ, ବାଲିପଦର ଘୁମୁସରର ସ୍ଵର ପକ୍ଷରୁ ପରିବେଶ ପୂଜାରୀ, ଗୋବରା ଅମୂଲ୍ୟ ଦାସ ସ୍ମୃତି ସଂସଦ ଦ୍ଵାରା ଅମୂଲ୍ୟ ଦାସ ସ୍ମୃତି ସମ୍ମାନ, ପଳାଶପଲ୍ଲୀ ଗ୍ରାମ ଓ ବିଦ୍ୟାଳୟ ପକ୍ଷରୁ ପ୍ରକୃତି ପୂଜାରୀ ସମ୍ମାନ ପାଇବାର ଗୌରବ ଲାଭ କରିଛନ୍ତି। ଗତ ବର୍ଷ ନିଜର ଜନ୍ମ ଦିନ ପାଳନ ଅବସରରେ ଏହି ଶିକ୍ଷକ ମହୋଦୟ ରକ୍ତ ଦାନ ସହିତ ଅଙ୍ଗ ଦାନ ପାଇଁ ପଞ୍ଜିକରଣ କରି ମହାନ୍ କାର୍ଯ୍ୟ କରିଛନ୍ତି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.