କୋଦଳା,୦୮/୦୯(ପିପିଟି): ବେଗୁନିଆପଡା ଶିଶୁଵିକାଶ ପ୍ରକଳ୍ପ ତରଫରୁ ସମସ୍ତ ସାତଗୋଟି ଅଙ୍ଗନୱାଡି ସେକ୍ଟର ପକ୍ଷରୁ ଜାତୀୟ ପୃଷ୍ଟିକର ଦିବସ ଷଣ୍ଢମୁଳ ଅଙ୍ଗନୱାଡି କେନ୍ଦ୍ର ଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିବା ସହ ଗର୍ଭବତୀ ମହିଳା ମାନଙ୍କୁ ସଚେତନତା କରାଯାଇଥିଲା। ମହିଳା ଓ ଶିଶୁ ସମନ୍ୱୟ ବିଭାଗ ଅଧିନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ ଯୋଗ ଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରି ଗର୍ଭବତୀ ମହିଳା ମାନେ ନିଜର ଯତ୍ନ ନେବା ସହ ନିଜ ନିକଟରେ ମିଳୁଥିବା ଖାଦ୍ୟ ଶସ୍ୟରୁ କିପରି ସୁଷମ ଖାଦ୍ୟ ପ୍ରସ୍ତୁତ କରି ଖାଇବେ ସେ ନେଇ ନିଜ ବକ୍ତବ୍ୟ ରେ କହିଥିଲେ। ଏହା ସହ ନବ ଜନ୍ମିତ ଶିଶୁକୁ ଦୁଇ ବର୍ଷ ପର୍ଯ୍ୟନ୍ତ ପୃଷ୍ଟିକର ଖାଦ୍ୟ ଦେବାପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ଓ ଗର୍ଭବତୀ ମା, ସ୍ୱୟଂ ସାହାୟକ ଗୋଷ୍ଠୀ ମା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ ।)