ପୋଲିସ ହାତରେ ଦୁର୍ଦ୍ଦାନ୍ତ ଅପରାଧି: ବାଇକ ସହ ରିଭଲଭର ଓ ଖଣ୍ଡା ଜବତ

0 279

ଭଞ୍ଜନଗର, ୨୩/୦୩(ପିପିଟି) : ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ପୁଲିସ ପକ୍ଷରୁ ଆଇନ ଶୃଙ୍ଖଳା ବ୍ୟବସ୍ଥା କଡାକଡି କରାଯାଇଛି।ସହରର ବିଭିନ୍ନ ରାସ୍ତା ଓ ଛକରେ ପ୍ରତିଦିନ ଚେକିଂ ଜୋରଦାର ହେଉଛି। ଗତକାଲି ରାତିରେ ଭଞ୍ଜନଗର ଥାନା ଏସଆଇ ଜ୍ୟୋସ୍ନାମୟୀ ସାହୁ ଏବଂ ଅନ୍ୟ ପୁଲିସ କର୍ମଚାରୀମାନେ କୁଲାଡ଼ ରାସ୍ତାର ବରଙ୍ଗ ନାଳ ପାଖରେ ଚେକିଂ କରୁଥିବା ସମୟରେ ଜଣେ ବ୍ୟକ୍ତି ହାଠାତ୍ ପୁଲିସକୁ ଦେଖି ନିଜ ବାଇକ ବୁଲାଇ ଚାଲି ଯାଉଥିବା ବେଳେ ପୋଲିସର ସନ୍ଦେହ

ହେବାରୁ ସେହି ଗାଡିକୁ ଗୋଡ଼ାଇ ଗୋଡ଼ାଇ ଧରିଥିଲେ।ତାକୁ ପଚରା ଉଚରା କରିବାରେ ତାହାର ନାମ ପବିତ୍ର ନାୟକ ଓରଫ ରାହୁଲ ଏବଂ ତାର ପିତାଙ୍କ ନାମ ନାରାୟଣ ନାୟକ ଓ ଗ୍ରାମ ଭଞ୍ଜନଗର ଥାନାର କାଳିଆପାଲ୍ଲୀ ବୋଲି ଜଣାପଡ଼ିଛି।ସେ ବେଲଗୁଣ୍ଠାରୁ ଭଞ୍ଜନଗର ଫେରୁଥିଲା।ତଲାସୀ ନେବାରେ ତା ନିକଟରୁ ଗୋଟିଏ ପଲସର -୨୨୦ସିସି ମୋଟର ସାଇକେଲ, ଗୋଟେ ରିଭଲଭର ସହିତ ୪ଟି ଜୀବନ୍ତ ଗୁଳି, ଗୋଟିଏ ଖଣ୍ଡା, ଗୋଟେ ମୋବଇଲ ଫୋନ ଏବଂ ୩ଶହ ଟଙ୍କା ଜବତ କରାଯାଇଛି। ଏ ସଂକ୍ରାନ୍ତରେ ଭଞ୍ଜନଗର ଥାନା କେସ ନଂ 290/24ରେ ଏକ ମାମଲା ରୁଜୁ କରି ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି।ରାହୁଲ ନାମରେ ପୂର୍ବରୁ ଭଞ୍ଜନଗର ଏବଂ ଗାଙ୍ଗପୁର ଥାନାରେ ୭ଟି କେସ ଥିବା ଥାନା ଅଧିକାରୀ କୁମାର ମୁଦୁଲି କହିଛନ୍ତି।ପୁଣି ମାରଣାସ୍ତ୍ର ଧରି ରାହୁଲ ଆଉ କିଛି ଅପରାଧିକ କାର୍ଯ୍ୟ ଘଟାଇବା ଉଦ୍ଦେଶ୍ୟରେ ବୁଲୁଥିବା ଅନୁମାନ କରାଯାଉଛି।

ରିପୋର୍ଟ- (ଜେ. କେ ପଟ୍ଟନାୟକ)

Leave A Reply

Your email address will not be published.