ପୋଲସରା ମ୍ୟୁନିସିପାଲିଟି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ।

0 0

ପୋଲସରା ,୨୦/୦୩(ପିପିଟି) :ଗଞ୍ଜାମ ଜିଲ୍ଲା ପୋଲସରା ମ୍ୟୁନିସିପାଲିଟି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ସ୍ଥାନୀୟ ଲଙ୍ଗଳେଶ୍ୱର କଲ୍ୟାଣ ମଣ୍ଡପ ଠାରେ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି। ପୌରାଧ୍ୟକ୍ଷା ସଂଗୀତା ବେହେରା ଙ୍କ ପୌରାହିତ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟକ ତଥା ମତ୍ସ୍ୟ ଓ ପଶୁ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ସମାଜରେ ମହିଳା ଙ୍କ ଗୁରୁତ୍ୱ ଉପରେ ଆଲୋଚନା କରିବା ସହ ରାଷ୍ଟ୍ରର ବିକାଶ ଏବଂ ଦେଶର ଅଗ୍ରଗତି ପାଈଁ ମହିଳାଙ୍କ ଭୂମିକା ଏବଂ ଅବଦାନ ଯଥେଷ୍ଟ ରହିଥିବା ମନ୍ତ୍ରୀ ନିଜ ଅଭିଭାଷଣ ରେ କହିଥିଲେ ଏବଂ ନାରୀ ର ସୁରକ୍ଷା ଏବଂ ସ୍ୱାବଲମ୍ବୀ କରାଇବା ପାଈଁ ସରକାର ବହୁତ କିଛି ଯୋଜନା ଆପଣାଇ ଥିବା ମନ୍ତ୍ରୀ ସୂଚନା ଦେଇଥିଲେ । ସେହିପରି ସମାଜରେ ନାରୀ ବିନା କିଛି ମଧ୍ୟ ସମ୍ଭବ ନୁହେଁ ବୋଲି ଅଧକ୍ଷା ସଂଗୀତା ବେହେରା କହିଥିଲେ। ଏହି ଅବସରରେ ପୌରପାଳିକା ର ସମସ୍ତ ମହିଳା କର୍ମଚାରୀଙ୍କ ଦ୍ୱାରା ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ବେଲୁନ ବଲ,ଚାମଚ ବାଟି,ଗ୍ଳାସ ବେଲୁନ ବେଲେନ୍ସ,ସଂଗୀତ, ହୁଳହୁଳି, ମ୍ୟୁଜିକ ଡାନ୍ସ, ବକୃତା ପ୍ରତିଯୋଗିତା, ସୋଲ ଡ୍ୟାନ୍ସ ଖେଳ ଭଳି ବିଭିନ୍ନ ପ୍ରତିଯୋଗିତା ରେ ଅଙ୍ଗନବାଡି କର୍ମୀ, ସ୍ୱଚ୍ଛ ସାଥି କର୍ମଚାରୀ, ସଫେଇ କର୍ମଚାରୀ ଓ ବିଭିନ୍ନ ଗ୍ରୁପ ର ସଦସ୍ୟା ଅଂଶଗ୍ରହଣ କରିଥିଲେ। ପରିଶେଷରେ ସମସ୍ତ ପ୍ରତିଯୋଗୀ ଙ୍କୁ ମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଅତିଥି ମାନଙ୍କ ମଧ୍ୟରେ ପୌରପାଳିକା ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା,ଏସଡିପିଓ ସୁଜିତ କୁମାର ନାୟକ,କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଜେନା,ଏଟିଓ ରମେଶ ଚନ୍ଦ୍ର ମଲ୍ଲିକ, ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ୍ଲ ପ୍ରଧାନ,ଯୁବନେତା ପ୍ରଭାକର ପଣ୍ଡା,ମୋତିରାମ ସାହୁ, ଥାନା ଏସଆଇ ମିଲନ କୁମାରୀ ପ୍ରଧାନ,ଏଏସଆଇ କଳ୍ପନା ପ୍ରଧାନ ସମେତ ପୌରପରିଷଦର ସମସ୍ତ କାଉନସିଲର ଉପସ୍ଥିତ ଥିଲେ। ସମସ୍ତ ଅତିଥି ବୃନ୍ଦଙ୍କୁ ପୌର ପରିଷଦ ପକ୍ଷରୁ ସମ୍ମାନିତ କରାଯାଇଥିଲା।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.