ପୋଲସରା ବ୍ଲକରେ ନବମ ସାଧାରଣ ଅଧିବେଶନ, ଅଭିଯୋଗ କୁ ନେଇ ହେବ କାର୍ଯ୍ୟାନୁଷ୍ଠାନ ମନ୍ତ୍ରୀ।

0 577

ପୋଲସରା, ୧୦/୦୭ ପିପିଟି):ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ସମ୍ମିଳନୀ କକ୍ଷରେ ଜୁଲାଇ ୧୦ ତାରିଖ ଦିନ ଅପରାହ୍ନ ୩ ସମୟରେ ପୋଲସରା ବ୍ଲକ ଅଧ୍ୟକ୍ଷାଙ୍କ ଅଧ୍ୟକ୍ଷତାରେ ବ୍ଳକ ପରିସର ସଭାଗୃହରେ ୨୬ ଗୋଟି ପଞ୍ଚାୟତର ସମସ୍ତ ଜନପ୍ରତିନିଧି ମାନଙ୍କୁ ନେଇ ନବମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏହି ସାଧାରଣ ଅଧିବେଶନକୁ ବିଡ଼ିଓ କୁରେଶ ଚନ୍ଦ୍ର ଜାନୀ ପରିଚାଳନା କରିଥିଲାବେଳେ ଏହି କାର୍ଯ୍ୟକ୍ରମରେ ପୋଲସରା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ତଥା ମତ୍ସ୍ୟ ଓ ପ୍ରାଣୀଧନ ବିକାଶ ବିଭାଗ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ରାଷ୍ଟ୍ରମନ୍ତ୍ରୀ ଗୋକୁଳାନନ୍ଦ ମଳିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ବୈଠରେ ମାନ୍ୟବର ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଳିକ, ପୋଲସରା ବିଡ଼ିଓ କୁରେଶ ଚନ୍ଦ୍ର ଜାନୀ ଓ ତହସିଲଦାର ରୁବି ବେହେରା, ସାଂସଦ ପ୍ରତିନିଧି ସରତ ଚନ୍ଦ୍ର ପାଣିଗ୍ରାହୀ, ବ୍ଳକ ଅଧ୍ୟକ୍ଷା କଳ୍ପନା ପ୍ରଧାନ, ଉପାଧ୍ୟକ୍ଷ କାହ୍ନୁଚରଣ ପରିଡ଼ା,ଜିଲ୍ଲା ପରିଷଦ ମେମ୍ବର ଅଶୋକ ବିଷୋୟୀ, ବିକ୍ରମ ନାୟକ, ଝୁନୁ ଦାସ,ମଞ୍ଚାସୀନ ଥିବା ବେଳେ ପୋଲସରା ପୋଲିସ ଥାନା ଆଇଆଇସି କୌଶିକ ମାଝୀ,୨୬ ଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ସମେତ ବ୍ଳକ ସହକାରୀ ଯନ୍ତ୍ରୀ ଓ ସମସ୍ତ ଯନ୍ତ୍ରୀ ବୃନ୍ଦ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ମନ୍ତ୍ରୀ ଶ୍ରୀ ମଳିକ ବ୍ଲକ ଜରିଆରେ ହେଉଥିବା ବିଭିନ୍ନ କାର୍ଯ୍ୟ ବିଷୟରେ ଆଲୋଚନା କରି ସମୀକ୍ଷା କରିଥିଲେ। ଏଥିସହ ସମସ୍ତ ସରକାରୀ ଯୋଜନା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ଉପସ୍ଥିତ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ବ୍ଲକ ସମସ୍ତ କାର୍ଯ୍ୟକୁ ଶାନ୍ତିପୂର୍ଣ୍ଣ ଭାବେ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ବିଗତ ଦିନର ବିଜେଡି ସରକାର ପୋଲସରା ଜନପ୍ରତିନିଧି ମାନଙ୍କୁ ସହଯୋଗ କରୁନଥିବା ଅଧ୍ୟକ୍ଷା ପ୍ରକାଶ କରିଥିଲେ। ବ୍ଳକ ରେ ହୋଇଥିବା ବିଭିନ୍ନ ଦୁର୍ନୀତି ବିରୋଧରେ ଅଭିଯୋଗ ଗୁଡ଼ିକର ତଦନ୍ତ କରାଯାଉ କାର୍ଯ୍ୟାନୁଷ୍ଠାନ ନିହାତି ଭାବେ ନିଆଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ବୈଠକର ପ୍ରାରମ୍ଭରେ ଜନପ୍ରତିନିଧି ,ସିଆରପି,ଏମବିକେ ଓ ବ୍ଳକର କର୍ମଚାରୀ ମାନଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଜଣାଇଥିଲ। ବ୍ଳକର ଅନ୍ଯ ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.