ପୋଲସରା ବିଭିନ୍ନ ସ୍ଥାନରେ କାଳୀପୂଜାରେ ପ୍ରବଳ ଗହଳି।

0 205

ପୋଲସରା,୨୧/୧୦ (ପିପିଟି) : ପୋଲସରାର ବିଭିନ୍ନ ସ୍ଥାନରେ ବହୁ ଭକ୍ତିଭାବ ସହକାରେ ଶକ୍ତିମୟୀ ମା’ କାଳୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି। ସହରର କାଳୀମନ୍ଦିର ସାହି ସ୍ଥିତ ମା’ ଦକ୍ଷିଣ କାଳି, ରାଣିପଡା ସ୍ଥିତ ମା’ ଉତ୍ତରକାଳୀ ଏଵଂ ବସଷ୍ଟାଣ୍ଡ କାର୍ଯ୍ୟାଳୟ ଠାରେ ମା” ସିଂହାସନୀ ଘରୋଇ ବସ ଓ ମିନି ବସ ମାଲିକ ସଂଘ ପକ୍ଷରୁ ପାଳନ କରାଯାଇଥିଲା। ଏହି ଅବସରରେ ବିଧିବିଧାନ ଓ ନିତିକାନ୍ତି ସହକାରେ ପର୍ଯ୍ୟାୟକ୍ରମେ ପୂଜା ଅର୍ଚ୍ଚନା କରାଯାଇଥିଲା। ବିଶେଷ କରି ଦକ୍ଷିଣକାଳି ଓ ଉତ୍ତରାକାଳିଙ୍କ ପୀଠରେ ବହୁ ସଂଖ୍ୟାରେ ଭକ୍ତ,ମାନସିକଧାରୀ ଏଵଂ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଥିଲା। ଦୁଇ ଦିବସୀୟ ପର୍ବରେ ମନ୍ଦିର ଓ ସଂଘ ତରଫରୁ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ପୁଲିସ ପକ୍ଷରୁ ସହରରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.