ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଫାଇଲେରିଆ,ମ୍ୟାଲେରିଆ ଓ ଡେଙ୍ଗୁ ନିରାକରଣ ସଚେତନ ଏଵଂ ସମୂହ ଔଷଧ ସେବନ କାର୍ଯ୍ୟକ୍ରମ।

0 164

ପୋଲସରା ,୧୧/୦୮(ପିପିଟି) :ଗଂଜାମ ଜିଲ୍ଲା ପୋଲସରା ସ୍ଥିତ ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଫାଇଲେରିଆ, ମ୍ୟାଲେରିଆ ଓ ଡେଙ୍ଗୁ ନିରାକରଣ ସଚେତନ ଏଵଂ ସମୂହ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜାତୀୟ ସେବା ଯୋଜନା ପୁରୁଷ ଓ ମହିଳା ବିଭାଗ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଦିଲ୍ଲୀପ କୁମାର ନାୟକ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିବାବେଳେ ମୁଖ୍ୟ ଅତିଥିଭାବେ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ାକ୍ଟର ସୟେଦ ଇକୁବେଲ ହୁସେନ ଏଵଂ ସମ୍ମାନୀତ ଅତିଥିଭାବେ ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ପୂଜା ପରିଡ଼ା ଓ ସ୍ବାସ୍ଥ୍ୟକର୍ମୀ ଅନୀଲ କୁମାର ମଲ୍ଲିକ ଜାତୀୟ ସେବା ଯୋଜନା କଲେଜ କମିଟି ସଦସ୍ୟ ତଥା ଅଧ୍ୟାପକ ଅନୀଲ କୁମାର ଦାସ ଓ ଅଧ୍ୟାପକ ରୁଦ୍ର ପ୍ରସାଦ ଗୌଡ଼ ପ୍ରମୁଖ ଯୋଗଦେଇ ଉପରୋକ୍ତ ତିନିଗୋଟି ରୋଗ ଗୁଡ଼ିକର ସୃଷ୍ଟି, ସଂକ୍ରମଣ, ବୃଦ୍ଧି,ଲକ୍ଷଣ ଓ ନିରାକରଣ ସମ୍ବନ୍ଧରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ସ୍ବେଚ୍ଛାସେବୀ ମାନଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇବାସହ ସଚେତନା କରାଇଥିଲେ। ଅଧ୍ୟକ୍ଷ ଡକ୍ଟର ନାୟକ ନିଜ ବକ୍ତବ୍ୟରେ ଯଦି ନିରାମୟ ଜୀବନ ଅତିବାହିତ କରିବାକୁ ହେଲେ ଦୈନିକ ଝାଳବୁହା ପରିଶ୍ରମ କରିବାକୁ ପରାମର୍ଶ ଦେବାସହ ସର୍ବପ୍ରଥମେ ନିଜେ ଔଷଧ ସେବନ କରି ଅନ୍ୟ ସମସ୍ତଙ୍କୁ ଖାଇବାକୁ ଉତ୍ସାହିତ କରିଥିଲେ। ଏହି ଅବସରରେ ସାମୁହିକ ଭାବେ ଉପସ୍ଥିତ ଯୁକ୍ତ ଦୁଇ ଯୁକ୍ତ ତିନି ବର୍ଷର ଛାତ୍ରଛାତ୍ରୀ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରିମାନେ ଔଷଧ ସେବନ କରିଥିବାର ଦେଖିବାକୁ ମିଳିଥିଲା। ଶେଷରେ ଓଡ଼ିଆ ବିଭାଗ ଅଧ୍ୟାପକ ଲିପିନାଥ ସି° ଅନୁଷ୍ଠାନ ତରଫରୁ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ୍ ଅର୍ପଣ କରିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.