ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଅଷ୍ଟ ଦିବସୀୟ ଆତ୍ମସୁରକ୍ଷା ତାଲିମ ଶିବିର ଶୁଭାରମ୍ଭ।

0 262

ପୋଲସରା ,୧୦/୦୪(ପିପିଟି): ଆଜି ଗୁରୁବାର ଦିନ ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ +୩ କଳା ଏଵଂ ବିଜ୍ଞାନ ଛାତ୍ରୀ ମାନଙ୍କୁ ନେଇ ଆତ୍ମ ସୁରକ୍ଷା ତାଲିମ ଶିବିର ଶୁଭାରମ୍ଭ ହୋଇଯାଇଛି। ଏହି ଅଷ୍ଟ ଦିବସୀୟ ତାଲିମ ଶିବିରଟିକୁ ମହାବିଦ୍ୟାଳୟର ଅଧକ୍ଷ ତଥା ପ୍ରଫେସର ରବୀନ୍ଦ୍ରନାଥ ପାଳ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଆତ୍ମସୁରକ୍ଷା ତାଲିମ ଶିବିରର ସଂଯୋଜିକା ଲେପ୍ଟନାଣ୍ଟ ବିନତା କୁମାରୀ ଦାସ ଙ୍କ ତତ୍ତ୍ୱାବଧନ ରେ +୩ ପ୍ରଥମ ବର୍ଷର ୨୦୦ ଜଣ ଛାତ୍ରୀ ଉପସ୍ଥିତ ଥିଲେ। ଏହି ଅବସରରେ ବରିଷ୍ଠ ଅଧ୍ୟାପକ ରୁଦ୍ର ପ୍ରସାଦ ଗୌଡ଼ ଓ କ୍ରୀଡ଼ା ପଶିକ୍ଷକ ଦୀପକ କୁମାର ସ୍ବାଇଁ ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା ତାଲିମର ମହତ୍ତ୍ୱ ସମ୍ପର୍କରେ ବୁଝାଇଥିବା ବେଳେ ୨ ଜଣ ମାଷ୍ଟର ଟ୍ରେନର ଜ୍ୟୋତି ପାଣିଗ୍ରାହୀ ଓ ରେମଶା ପ୍ରଧାନ ଆତ୍ମସୁରକ୍ଷା ତାଲିମର କାର୍ଯ୍ୟକାରିତା ସମ୍ପର୍କରେ ପ୍ରଶିକ୍ଷିତ କରାଇଥିବାବେଳେ ସସ୍ମିତା ବେହେରା ଓ ଶୁସାନ୍ତି ସାହୁ ପିଲାମାନଙ୍କୁ ଆତ୍ମ ସୁରକ୍ଷା ତାଲିମ ଶିବିର ଆଗକୁ କିଭଳି କାର୍ଯ୍ୟକାରୀ ହୋଇପାରିବାକୁନେଇ ବୁଝାଇଥିଲେ। ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଯୋଗଦେଇ ସହଯୋଗ କରିଥିଲେ। ପରିଶେଷରେ ସଂଯୋଜିକା ବିନତା କୁମାରୀ ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ।

ରିପୋର୍ଟ୍:ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.