ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଉଦ୍ଭିଦ ବିଜ୍ଞାନ ପାଠ ଆଲୋଚନା ଚକ୍ର ।

0 228

ପୋଲସରା,୩୦/୧୦(ପିପିଟି) : ପୋଲସରା  ବିଜ୍ଞାନ ମହାବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନ ପାଠ ଆଲୋଚନା ଚକ୍ର ଏବଂ ନବାଗତ ସ୍ନାତକୋତ୍ତର ଉଦ୍ଭିଦ ବିଜ୍ଞାନ ପ୍ରଥମ ବର୍ଷ ଛାତ୍ର ଛାତ୍ରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।କାର୍ଯ୍ୟକ୍ରମ ଟିକୁ ମହାବିଦ୍ୟାଳୟ ଅଧ୍ୟକ୍ଷ ରବୀନ୍ଦ୍ର ନାଥ ପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶୁଭ ଉଦଘାଟନ କରିଥିବା ବେଳେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବରେ ଶ୍ରୀ ସନ୍ଥ ଗହିର ଗୁରୁ ବିଶ୍ୱବିଦ୍ୟାଳୟ, ଅମ୍ବିକାପୁର, ଛତିଶଗଡ ର ଜୈବପ୍ରଯୁକ୍ତିବିଦ୍ୟା ର ସହକାରୀ ପ୍ରାଧ୍ୟାପିକା ଡ଼ଃ ଅମ୍ରିତା କୁମାରୀ ପଣ୍ଡା ଏବଂ ମୁଖ୍ୟ ସଂଯୋଜିକା ଭାବରେ ଉଦ୍ଭିଦ ବିଜ୍ଞାନ ବିଭାଗୀୟ ମୁଖ୍ୟ ଡ଼ଃ ରୋଜିତା ମିଶ୍ର ଙ୍କ ସମେତ ଦର୍ଶନ ଶାସ୍ତ୍ର ବିଭାଗ ର ବିଭାଗୀୟ ମୁଖ୍ୟ ରୁଦ୍ର ପ୍ରସାଦ ଗୌଡ଼, ଓଡ଼ିଆ ଭାଷା ସାହିତ୍ୟ ବିଭାଗ ର ବିଭାଗୀୟ ମୁଖ୍ୟ ଡ଼ଃ ବିରଞ୍ଚି ନାରାୟଣ ରଥ, ସହ ସଂଯୋଜିକ ଭାବ ରେ ଉଦ୍ଭିଦ ବିଜ୍ଞାନ ବିଭାଗ ର ଅଧ୍ୟାପିକା ଟୋନିକା ଦଳେଇ, ଅଧ୍ୟାପକ ଦେବାଶିଷ ସ୍ୱାଇଁ, ଡେମୋନଷ୍ଟେଟର ସୁଜ୍ଞାନୀ ସାହୁ,ପ୍ରାଣୀ ବିଜ୍ଞାନ ବିଭାଗୀୟ ମୁଖ୍ୟ ସ୍ୱାଭିମାନ ସାହୁ ପ୍ରମୁଖ ଯୋଗ ଦେଇ ସହଯୋଗ କରିଥିଲେ ।ପରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ପାଳ ଙ୍କ ଅଧ୍ୟକ୍ଷତା ରେ ଏକ ଆଲୋଚନା ଚକ୍ର ହୋଇଥିଲା ।ଅତିଥି ମାନେ ଏଭଳି ସେମିନାର କାର୍ଯ୍ୟକ୍ରମକୁ ନେଇ ପ୍ରଶଂସା କରିବା ସହ ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କୁ ମୂଲ୍ୟବାନ ନିଜସ୍ୱ ସୁଚିନ୍ତିତ ମନ୍ତବ୍ୟ ଜରିଆରେ ଦିଗଦର୍ଶନ ଦେଇଥିଲେ ।
ଏଥି ସହ ରିସୋର୍ସ ପର୍ସନ ଭାବରେ ଯୋଗ ଦେଇଥିବା ଶ୍ରୀମତି ଡ଼ଃ ଅମ୍ରିତା କୁମାରୀ ପଣ୍ଡା “ADVANCE APPLICATION OF BACTERIA MOLECULAR TAXONOMY “ଆଲୋଚନା ଶୀର୍ଷକ ଉପରେ ବିସ୍ତୃତ ଭାବରେ ଆଲୋଚନା ମାଧ୍ୟମରେ ବୁଝାଇବା ସହ ମହାବିଦ୍ୟାଳୟର ଏବଂ ଛାତ୍ର ଛାତ୍ରୀ ମାନଙ୍କ ଉତ୍ତରୋତ୍ତର କାମନା କରିଥିଲେ ।ଏହି ଅବସରରେ ସ୍ନାତକୋତ୍ତର ଉଦ୍ଭିଦ ବିଜ୍ଞାନ ବିଭାଗ ପ୍ରଥମ ବର୍ଷ ନବାଗତ ଛାତ୍ରଛାତ୍ରୀ ମାନଂକୁ ଦ୍ଵିତୀୟ ବର୍ଷ ଛାତ୍ରଛାତ୍ରୀ ମାନେ ପରମ୍ପରା ପ୍ରକାରେ ସ୍ୱାଗତ କରିବା ସହ ସେମାନଙ୍କ ଭବିଷ୍ୟତ ଉଜ୍ୱଳ କାମନା କରିଥିଲେ ଏବଂ ଶିକ୍ଷା ଆହରଣ କୁ ନେଇ ନିଜର ଅନୁଭୂତି ପ୍ରକାଶ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବିଜ୍ଞାନଗାର ସହାୟକ ବିବେକାନନ୍ଦ ପଣ୍ଡା ଙ୍କ ସମେତ ବିଭାଗୀୟ ଦ୍ଵିତୀୟ ବର୍ଷ ଛାତ୍ର ଛାତ୍ରୀ ଯଥା ଶ୍ରାବଣୀ ସ୍ୱାଇଁ, ଅର୍ଚ୍ଚନା ହୋତା, କୃତିଶ୍ରୀ ବରାଳ, ସ୍ମିତା ପଟ୍ଟନାୟକ, ତ୍ରିପତି ଦୋରା, ଦୀପିକା ସ୍ୱାଇଁ, ସରିତା ମହାଙ୍କୁଡ, ଅର୍ପିତା ଅଭିନନ୍ଦିତା ସହଯୋଗ କରିଥିଲେ ।ଶେଷରେ ଉଦ୍ଭିଦ ବିଜ୍ଞାନ ବିଭାଗ ଅଧ୍ୟାପକ ଦେବାଶିଷ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.