ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ଏସ. ଏସ. ବି. ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ତରଫରୁ ଗ୍ରେଡ଼ ପେ ବୃଦ୍ଧି ଦାବୀ କୁ ନେଇ ନିରବ ପ୍ରତିବାଦ ।

0 236

ପୋଲସରା ,୩୦୵୦୯(ପିପିଟି):ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଏସ୍. ଏସ୍. ବି. ଅଧ୍ୟାପକ/ ଅଧ୍ୟାପିକାମାନଙ୍କ ତରଫରୁ ଗ୍ରେଡ୍ ପେ ବୃଦ୍ଧି ନିମନ୍ତେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ଚିତ୍ର ନିକଟରେ ଏକ ନୀରବ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଅଛି। ସୂଚନା ଥାଉକି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ରାଜ୍ୟ ପ୍ରବରଣ ମଣ୍ଡଳୀ ଦ୍ୱାରା ମନୋନୀତ ହୋଇ ଏସ୍. ଏସ୍. ବି. ଅଧ୍ୟାପକ/ ଅଧ୍ୟାପିକା ମାନେ ୨୦୧୬ ମସିହା ରୁ ୪୬୦୦ ଗ୍ରେଡ ପେ ରେ କାର୍ଯ୍ୟରତ ଅଛନ୍ତି। ଏହି ଅଧ୍ୟାପକ ମଣ୍ଡଳୀ ଯୁକ୍ତ ୨, ଯୁକ୍ତ ୩ ଓ ପି. ଜି. ଶ୍ରେଣୀରେ ଅଧ୍ୟାପନା କରି ଆସୁଥିଲେ ମଧ୍ୟ ସେମାନଙ୍କୁ ପି. ଜି.ଟି. ଶିକ୍ଷକ ଅନୁପାତରେ ଦରମା ଦିଆଯାଉଅଛି, ଯାହାକି ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ । ତେଣୁ ଉକ୍ତ ବର୍ଗର ଅଧ୍ୟାପକ ବୃନ୍ଦ ନିଜର ପଦ ମର୍ଯ୍ୟାଦା ବଜାୟ ରଖିବା ସଙ୍ଗେ ସଙ୍ଗେ ସମାନ କାମକୁ ସମାନ ଦରମା ଦାବିରେ ଓ. ପି. ଏସ. ସି. ଦ୍ୱାରା ନିଯୁକ୍ତି ପ୍ରାପ୍ତ ଡିଗ୍ରୀ କଲେଜ ଅଧ୍ୟାପକ ପାଉଥିବା ୫୪୦୦ ଗ୍ରେଡ ପେ ହାରରେ ଦରମା ପ୍ରଦାନ ପାଇଁ ଦୀର୍ଘ ୨୬ ଦିନ ଧରି କଳା ବ୍ୟାଜ୍ ପରିଧାନ ପୂର୍ବକ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଆସୁଛନ୍ତି। ଆଜିର ଏହି ଶାନ୍ତିପୂର୍ଣ୍ଣ ଏବଂ ସମ୍ପୂର୍ଣ୍ଣ ଶୈକ୍ଷିକ ସହଯୋଗମୂଳକ ପ୍ରତିବାଦରେ ଡ. ବିରଞ୍ଚି ନାରାୟଣ ରଥ, ଶ୍ରୀ ରାକେଶ କୁମାର ପ୍ରଧାନ, ଶ୍ରୀ ଶାନ୍ତନୁ ପ୍ରଧାନ , ଶ୍ରୀ ବିଶ୍ଵନାଥ ଚୌଧୁରୀ ଓ ଶ୍ରୀ ଲିପିନାଥ ସିଂହ ଆଦି ଅଧ୍ୟାପକ ବୃନ୍ଦ ଯୋଗ ଦେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ରିପୋର୍ଟ-ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.