ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଏଚ୍. ଆଇ.ଭି.ଏଡ଼ସ ଆଲୋଚନାଚକ୍ର ।

0 240

 

ପୋଲସରା,୦୯/୧୨(ପିପିଟି):ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ବିଶ୍ଵ ଏଡ଼ସ ଦିବସ ଉପଲକ୍ଷେ ଯୁବ ରେଡକ୍ରସ୍ ତରଫରୁ ଏଚ୍. ଆଇ.ଭି.ଏଡ଼ସ ଆଲୋଚନାଚକ୍ର ଆଜି ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଦିଲ୍ଲୀପ କୁମାର ନାୟକ ଅଧ୍ୟକ୍ଷତା କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୁବ ରେଡକ୍ରସ ଅଧିକାରୀ ଶ୍ରୀ ସ୍ୱାଭିମାନ ସାହୁ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଡକ୍ଟର ସୁଦାମ ସେଠୀ, ଏନସିସି ଲେ. ବିନତା କୁମାରୀ ଦାସ , ଏନ ଏସ ଏସ ଅଧିକାରିଣୀ ଡକ୍ଟର ଜ୍ୟୋସ୍ନାରାଣୀ ପଟ୍ଟନାୟକ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଶ୍ରୀ ସ୍ୱାଭିମାନ ସାହୁ ଏଚ୍. ଆଇ.ଭି.ଏଡ଼ସ ଉପରେ ସଚେତନ କରିବା ସହ ଏଡ଼ସ ସଂକ୍ରମଣରୁ ନିଜକୁ ଏବଂ ନିଜ ପରିବାରକୁ କିପରି ରକ୍ଷା କରାଯିବ ତାହା ବୁଝାଇ ଥିଲେ। ଅଧ୍ୟକ୍ଷ ଡକ୍ଟର ନାୟକ ନିଜର ଅଭିଭାଷଣରେ ଏଚ୍. ଆଇ.ଭି.ଏଡ଼ସ ବିଷୟରେ ଗୁରୁତ୍ୱାରୋପ କରି ପିଲାମାନଙ୍କୁ ସଚେତନ କରିଥିଲେ। ଉଦ୍ଭିଦ ବିଜ୍ଞାନ ବିଭାଗ ଅଧ୍ୟାପକ ଶ୍ରୀ ଦେବାଶିଷ ସ୍ୱାଇଁ ମଧ୍ୟ ପିଲାମାନଙ୍କୁ ଏଚ୍. ଆଇ.ଭି.ଏଡ଼ସ ସମ୍ପର୍କରେ ଅବଗତ କରାଇ ଥିଲେ। ଶେଷରେ ଯୁବ ରେଡକ୍ରସ ମହିଳା ଅଧିକାରୀ ସୁଶ୍ରୀ ସୁଜାତା ରାଣୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.