ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଇନୋଭେସନ ଏବଂ ଷ୍ଟାର୍ଟଅପ ପ୍ରତିଯୋଗିତା ଅନୁଷ୍ଠିତ ।

0 199

ପୋଲସରା,୧୬/୦୮ (ପିପିଟି) :ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଇନୋଭେସନ ଏବଂ ଷ୍ଟାର୍ଟଅପ ପ୍ରତିଯୋଗିତା କୁ ଅଧ୍ୟକ୍ଷ ତଥା ସମ୍ପାଦକ ଡ଼ଃ ଦିଲ୍ଲୀପ କୁମାର ନାୟକ ଉଦଘାଟନ କରିଥିବା ବେଳେ କାର୍ଯ୍ୟକ୍ରମ ସଂଯୋଜିକା ତଥା ଉଦ୍ଭିଦ ବିଜ୍ଞାନ ବିଭାଗୀୟ ମୁଖ୍ୟ ଡ଼ଃ ରୋଜିତା ମିଶ୍ର ଅତିଥି ପରିଚୟ ପ୍ରଦାନ କରିବା ସହ ସଂଯୋଜନା କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ବିଚାରକ ଭାବରେ ଚିଫ ମ୍ୟାନେଜେର ଇଞ୍ଜିନିୟର ନିହାରକାନ୍ତ ସାହୁ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବରେ ଆଲୁମିନି ତଥା ଶିକ୍ଷା ବିଭାଗ ବିଭାଗୀୟ ମୁଖ୍ୟ ପ୍ରକାଶ ଚନ୍ଦ୍ର ସାହୁ,ସହଯୋଗୀ ବିଚାରକ ଭାବରେ ଡ଼ଃ ମିନାକ୍ଷୀ ପାଣିଗ୍ରାହୀ, ଉଷାରଞ୍ଜନ ଦାଶ ଯୋଗ ଦେଇଥିଲେ ।ଏହି ପ୍ରତିଯୋଗିତା ରେ ଜାନକୀଦେବୀ ସାହୁ ପ୍ରଥମ, ରୁଦ୍ର ପ୍ରସାଦ ଆଚାର୍ଯ୍ୟ ଦ୍ଵିତୀୟ ଓ ସ୍ବର୍ଣ୍ଣପ୍ରଭା ବେହେରା ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ ।ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପକ ବିକାଶ କୁମାର ସାହୁ, ସେକ ଫରିଦ, ଦେବାଶିଷ ସ୍ୱାଇଁ, ଟୁଟୁ ଡାକୁଆ ପ୍ରମୁଖ ଯୋଗଦେଇ ବିଶେଷ ସହଯୋଗ କରିଥିଲେ । ଶେଷରେ ଅଧ୍ୟାପକ ସ୍ୱାଭିମାନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.