ପୋଲସରା ବିଜେପି ତରଫରୁ ପୁର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ।

0 125

ପୋଲସରା,୨୮/୦୩(ପିପିଟି) : ଆଜି ପୋଲସରା ନିର୍ବାଚନ ମଣ୍ଡଳୀର ପୋଲସରା ବିଜେପି ପକ୍ଷରୁ ପୁର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଦେବେନ୍ଦ୍ର ପ୍ରଧାନଙ୍କ ଦ୍ବାଦଶାହ ପୁଣ୍ୟତିଥି ଦିବସ ଉପଲକ୍ଷେ ଶ୍ରଦ୍ଧାଞ୍ଜଳୀ ସଭା ଆୟୋଜନ କରାଯାଇଥିଲା। ବରିଷ୍ଠ ସଂଗଠକ ରାଜେନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାକାର୍ଯ୍ୟରେ ବରିଷ୍ଠ ଶଦସ୍ୟ କାମ୍ଫ ବାଡେଇ, ପୋଲସରା ନଗର ସଭାପତି ରାମକୃଷ୍ଣ ପ୍ରଧାନ ଓ ମଣ୍ଡଳ ପ୍ରତିନିଧି ପ୍ରଶ୍ନ ଡାକୁଆ, ମଥୁରା ମଣ୍ଡଳ ସଭାପତି ମହେଶ୍ୱର ପରିଡ଼ା, ଚିରିକିପଡ଼ାଶାସନ ମଣ୍ଡଳ ସଭାପତି ରଘୁନାଥ ପଣ୍ଡା, ହାତିଓଟର ମୃତ୍ୟୁଞ୍ଜୟ ପଟ୍ଟନାୟକ ଓ କଳମ୍ବ ପଞ୍ଚାୟତ ପୁର୍ବତନ ସରପଞ୍ଚ ପ୍ରଶାନ୍ତ ପ୍ରଧାନଙ୍କ ସମେତ ଅନେକ କର୍ମକର୍ତ୍ତା
ଏଵଂ କର୍ମୀମାନେ ଯୋଗଦେଇ ସ୍ବର୍ଗତଙ୍କ ଫଟୋଚିତ୍ରରେ ଭକ୍ତିପୂତ ଭାବେ ପୁଷ୍ପମାଲ୍ୟାର୍ପଣ ପୁର୍ବକ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଏଥିସହ ଅମର ଆତ୍ମାର ସଦଗତି କାମନା ସ୍ବରୂପ ନିରବ ପ୍ରାର୍ଥନା କରିବାସହ ଶୋକସନ୍ତପ୍ତ ପରିବାର ବର୍ଗ ପ୍ରତି ଗଭୀର ସମବେଦନା ଜଣାଇଥିଲେ।

ରିପୋର୍ଟ୍:ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.