ପୋଲସରା ,୨୪/୧୨(ପିପିଟି): ଆସନ୍ତା ୨୬ ତାରିଖ ଶୁକ୍ରବାର ଦିନ ବିଜୁ ଜନତା ଦଳର ୨୯ ତମ ପ୍ରତିଷ୍ଠା ଦିବସ ସମଗ୍ର ରାଜ୍ୟରେ ପାଳିତ ହେବାକୁ ଥିବାବେଳେ ପୋଲସରା ନିର୍ବାଚନ ମଣ୍ଡଳୀର ବୁଗୁଡ଼ା ଏଵଂ ପୋଲସରାଠାରେ ପାଳିତ ହବ। ଏଥିପାଇଁ ପୋଲସରା ବିଜେଡି ତରଫରୁ ସ୍ଥାନୀୟ ବିଜେଡି କାର୍ଯ୍ୟାଳୟଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବ୍ଲକ୍ ବିଜେଡି ସଭାପତି ସୁରେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୂର୍ବତନ ପୋଲସରା ବିଧାୟକ ତଥା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷା କଳ୍ପନା ପ୍ରଧାନ,୩୮/୩୯ /୪୦ ନମ୍ବର ଜିଲ୍ଲା ପରିଷଦର ଅଶୋକ କୁମାର ବିଷୋୟୀ, ବିଜୟ କୁମାର ନାୟକ, ଝୁନୁ ଦାସ ସଭ୍ୟ ସଭ୍ୟା ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ସ୍ଥାନୀୟ ମାତୃଶକ୍ତି କଲ୍ୟାଣ ମଣ୍ଡପ ଠାରେ ହେବାକୁ ଥିବା ସଭା ଏବଂ ପୁଷ୍ପ ମାଲ୍ୟାର୍ପଣ, ମେଡ଼ିକାଲରେ, ଫଳ ବଣ୍ଟନ ଇତ୍ୟାଦି କାର୍ଯ୍ୟକ୍ରମକୁ ନେଇ ବିସ୍ତୃତ ଭାବେ ଆଲୋଚନା ସହ ପୂର୍ଣ୍ଣ ମାତ୍ରାରେ କିଭଳି ଭାବେ ସଫଳ ହେବ ସେଥିପାଇଁ ସମସ୍ତଙ୍କ ସାମୂହିକ ସହଯୋଗ ପାଇଁ ମୁଖ୍ୟ ଅତିଥି ନିବେଦନ କରିଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ସୁକାନ୍ତ କୁମାର ଭୂୟାଁ, ସୁଶାନ୍ତ କୁମାର ପୋଲେଇ, ସନ୍ତୋଷ କୁମାର ବେହେରା, ଗୋରାଚାନ୍ଦ ସାହୁଙ୍କ ସମେତ ପ୍ରାୟ ୧୦୦ରୁ ଉର୍ଦ୍ଧ କର୍ମକର୍ତ୍ତା ଓ କର୍ମୀମାନେ ଉପସ୍ଥିତ ଥିଲେ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା
Next Post