ପୋଲସରା,୨୭/୦୯ (ପିପିଟି) : ପୋଲସରା ବିଇଓ କାର୍ଯ୍ୟାଳୟ ପକ୍ଷରୁ ଏଫ୍ଏଲ୍ଏନ୍ କର୍ମଶାଳା ବିଇଓ ଶ୍ରୀହର୍ଷବାବୁ ଖାଡଙ୍ଗାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମ୍ପାଦିତ ହୋଇଯାଇଛି। କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏନ୍ଏସି ଏଵଂ ବ୍ଲକର ମୋଟ୍ ୧୧ ଗୋଟି କ୍ଲଷ୍ଟରର ସିଆରସିସି ମାନେ ଯୋଗଦେଇଥିଲେ। ଏହି ଅବସରରେ ବ୍ଲକର ଛାତ୍ରଛାତ୍ରୀଙ୍କ ମୌଳିକ ଭାଷାଜ୍ଞାନ ଓ ସଂଖ୍ୟାଜ୍ଞାନ ଉପରେ ଆଲୋଚନା ମାଧ୍ୟମରେ “ଆସ ସ୍କୁଲ ଯିବା” ସ୍ଵତନ୍ତ୍ର କାର୍ଯ୍ୟକ୍ରମକୁ ପୁର୍ଣ୍ଣାଙ୍ଗ ଭାବେ ସଫଳ କରିବାକୁ ହେଲେ ବିଶେଷକରି କୌଣସି କାରଣବଶତ ବିଦ୍ୟାଳୟରୁ ବାହାରେ ରହିଯାଉଥିବା ପାଠ ପଢିବାକୁ ଇଚ୍ଛୁକ ବାଳକ ଓ ବାଳିକାମାନଙ୍କୁ ଶିକ୍ଷାପ୍ରତି ଆକୃଷ୍ଟ କରାଯାଇ ବିଦ୍ୟାଳୟକୁ କିପରିଭାବେ ଅଣାଯାଇପାରିବ ଏବଂ ସରକାରଙ୍କ “ଏକ ପେଡ୍ ମା କେ ନାମ” ୨-୦ କାର୍ଯ୍ୟକ୍ରମକୁ ସଫଳ କରିବା ସକାଶେ ଗୋଟିଏ ପିଲା ପାଇଁ ଗୋଟିଏ ବୃକ୍ଷ ଲଗାଇବା ସହିତ ଏହି କାର୍ଯ୍ୟକ୍ରମର ଫଟୋ ଉତ୍ତୋଳନ କରି “ମେରୀ ଲାଇଫ୍” ପୋର୍ଟାଲରେ ଅପଲୋଡ଼ କରିବାକୁ ଏଥିସହ ଶିକ୍ଷାର ବିକାଶ ଓ ସ୍ବଚ୍ଛତାକୁ ଦୃଷ୍ଟି ସମ୍ମୁଖରେ ରଖି ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ନୂତନ ଭାବେ ଆରମ୍ଭ କରାଯାଇଥିବା
ପୋର୍ଟାଲରେ ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟରେ ଦୈନନ୍ଦିନ ଉପସ୍ଥାନ ରେକର୍ଡ କରି ରଖିବାକୁ ଗୋଷ୍ଠୀ ଶିକ୍ଷାଧିକାରୀ ମହୋଦୟ ନିଦ୍ଧେର୍ଶ ଦେଇଥିଲେ। ଏହି ସମୟରେ ନିକଟରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସ୍ୱରୂପ କୁମାର ପାତ୍ର ଉପସ୍ଥିତ ରହି ସହଯୋଗ କରିଥିଲେ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା