ପୋଲସରା ପ୍ରେସକ୍ଳବ୍ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ।

0 341

ପୋଲସରା ୧୬/୧୧(ପିପିଟି) :ଆଜି ପୋଲସରା ପ୍ରେସ କ୍ଳବ୍ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ପୂର୍ତ୍ତ ବିଭାଗ ବଙ୍ଗଳା ଠାରେ ଆୟୋଜିତ ପ୍ରେସ ଦିବସ ଉତ୍ସବରେ ପ୍ରେସ କାଉନସିଲ ର ନିଷ୍ପତ୍ତି ଅନୁଯାୟୀ “ଗଣମାଧ୍ୟମର ପରିବର୍ତ୍ତନଶୀଳ ସ୍ଵରୁପ” ଶୀର୍ଷକ ଆଲୋଚନାଚକ୍ର କୁ ବରିଷ୍ଠ ସାମ୍ବାଦିକ ଡ• ଜ୍ୟୋତିର୍ମୟ ପଟ୍ଟନାୟକ ଉଦଘାଟନ କରି ଆଜି ର ସମୟରେ ଗଣମାଧ୍ୟମ ର ଭୂମିକା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିବା ବେଳେ ମୂଖ୍ୟ ବକ୍ତା ଅଧ୍ୟାପକ ସୁଶାନ୍ତ ସାହୁ ଗଣମାଧ୍ୟମ ବ୍ୟକ୍ତିତ୍ବ ର ଗରିମା ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରେସ କ୍ଳବ୍ ର ବରିଷ୍ଠ ସଦସ୍ୟ ହରି ହର ପାତ୍ର ବିଜ୍ଞାନ ଓ ବୈଷୟିକ ଜ୍ଞାନ ର ବିକାଶ ସହିତ ଗଣମାଧ୍ୟମ ର ସ୍ଵରୁପ ବଦଳି ଯାଉଥିବାରୁ ସାମ୍ବାଦିକ ମାନେ ତାସହିତ ତାଳ ଦେଇ ଚାଲି ନପାରିଲେ ପଛେଇ ଯିବେ ବୋଲି ମତବ୍ୟକ୍ତ କରିଥିଲେ। ପ୍ରେସ କ୍ଳବ୍ ର ସଭାପତି କେ ସୁମିତା ପାତ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନା ଚକ୍ରରେ ସନ୍ତୋଷ କୁମାର ପଣ୍ଡା , ସିମାଞ୍ଚଳ ସାହୁ , ଅତ୍ରି ପଟ୍ଟନାୟକ ଓ ରୋହିତ ପ୍ରଧାନ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ କେ ସନ୍ତୋଷ କୁମାର ପାତ୍ର , ସୁଶାନ୍ତ ମହାରଣା , ରବିନ୍ଦ୍ର ପ୍ରଧାନ , ପ୍ରଗତି ବନ୍ଧୁ ଦାସ , ଅକ୍ଷାନ୍ତ ମିଶ୍ର , ନାରାୟଣ ସାହୁ ଓ ଟି ଶରତ କୁମାର ସୁବୁଦ୍ଧି ପ୍ରମୁଖ ଆଲୋଚନା ଚକ୍ରରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ପୂର୍ବରୁ ଶୁଭ ଦିଆ ଯାଇଥିବା ସ୍ଥାନରେ ପ୍ରେସ କ୍ଳବ୍ ର ନିଜସ୍ୱ ଗୃହ ନିର୍ମାଣ ସକାଶେ ଉଦ୍ୟମ କରିବା ପାଇଁ ନିଷ୍ପତି କରା ଯାଇଥିଲା।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.