ପୋଲସରା, ୨୯/୦୫(ପିପିଟି):ଗତକାଲି ପୋଲସରା ଏନଏସିର କାଉନସିଲ ବୈଠକ ଗୃହ ମଧ୍ୟରେ କାଉନସିଲ ବୈଠକ ଅଧକ୍ଷା ସଂଗୀତା ବେହେରା ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ପୌରପରିଷଦ ଗଠନ କରାଯିବା ନେଇ ରାଜ୍ୟ ସରକାର ମୋହର ମାରିବା ପରେ ପୋଲସରା ସହରରେ ଲୋକମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ବୁଧବାର ବୈଠକରେ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥିଭାବେ ଯୋଗଦେଇ ପୌର ପରିଷଦ ଗଠନ ନେଇ ଯେଉଁ ସବୁ ଆବଶ୍ୟକୀୟତା ରହିଛି ସେନେଇ ମନ୍ତ୍ରୀ ବୈଠକରେ ଆଲୋଚନା କରିବା ସହିତ କେଉଁ କେଉଁ ପଞ୍ଚାୟତ ର ଗାଈ ମିଶିଲେ ହେବ ସେ ନେଇ ସ୍ପଷ୍ଟୀକରଣ ରଖିଥିଲେ । ମନ୍ତ୍ରୀଙ୍କ କଥାରେ ବ୍ଲକ ଅଧକ୍ଷା କଳ୍ପନା ପ୍ରଧାନ ମଧ୍ୟ ସହଯୋଗ କରିବା ପାଇଁ ସହମତି ପ୍ରଦାନ କରିଥିଲେ ।ଏଥି ସହିତ ବିଭିନ୍ନ ୱାର୍ଡର ଉର୍ଣ୍ଣୟନ କାର୍ଯ୍ୟ ର ବିଳମ୍ବ ହେଉଥୁବା କଥା ନେଇ କାଉନସିଲର ମାନେ କ୍ଷୋଭ ପ୍ରକାଶ କରି ମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ । ରାସନ କାର୍ଡ, ଭତ୍ତା ଆଦିନେଇ ଆଲୋଚନା ହୋଇଥିଲା । ପୋଲସରା ଏନଏସିକୁ ବିକଶିତ କରାଯିବ ବୋଲି ମନ୍ତ୍ରୀ କହିଥିଲେ । ପୋଲସରା ସହରକୁ ନେଇ ବାଇପାସ ରୋଡ଼, ମେଡିକାଲ, ଖଜୁରୀ ବନ୍ଧର ଉର୍ନତି କରଣ ଆଦିକୁ ନେଇ ଆଲୋଚନା ହୋଇଥିଲା । ଉକ୍ତ ବୈଠକ ର ଏନଏସି ଉପାଧ୍ୟକ୍ଷା ସନ୍ତୋଷ ବେହେରା, ତହସିଲଦାର ଦିପ୍ତିମୟୀ ପାତ୍ର, କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଜେନା ସମେତ ସମସ୍ତ ଅଧିକାରୀ ସହ କାଉନସିଲର ମାନେ ଉପସ୍ଥିତ ଥିଲେ ।
ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା