ପୋଲସରା ପୋଲିସ ପକ୍ଷରୁ ଜାତୀୟ ଏକତା ଦିବସ ପାଳନ।

0 189

ପୋଲସରା ,୦୧/୧୧(ପିପିଟି) : ସ୍ବାଧୀନ ଭାରତରେ ପ୍ରଥମ ଉପପ୍ରଧାନ ମନ୍ତ୍ରୀ ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ୧୮୭୫ ମସିହା ଅକ୍ଟୋବର ୩୧ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ଜନ୍ମ ଦିବସକୁ ଦେଶରେ ଏକତା ଦିବସ ଭାବେ ପାଳନ କରାଯାଉଅଛି। ଏହି କ୍ରମରେ ପୋଲସରା ପୋଲିସ ଆଇଆଇସି କୌଶିକ ମାଝୀଙ୍କ ନେତୃତ୍ୱରେ ଏକ ମିନି ମାରାଥନ ଗଣଦୌଡ଼ ଆୟୋଜନ ହୋଇଥିଲା। ଏହି ଗଣ ଦୌଡ଼ରେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (ପୁରୁଷ) ୟୁନିଟ ପ୍ରୋଗ୍ରାମ ଅଫିସର ସେକ୍ ଫରିଦଙ୍କ ତତ୍ତ୍ୱାବଧାନରେ ୫୦ ଜଣ ସ୍ବେଚ୍ଛାସେବୀ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ଅତିରିକ୍ତ ପୋଲିସ ଅଧିକାରୀ ବିମଲ୍ କୁମାର କହଁର , ପ୍ରତାପ ଚନ୍ଦ୍ର ସାହୁ ଓ ଅନ୍ୟାନ୍ୟ ଅଫିସର ବୃନ୍ଦ ସହଯୋଗ କରିବା ସହିତ ଗଣ ଦୌଡ଼ରେ ସାମିଲ ହୋଇଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.