ପୋଲସରା ଦିବ୍ୟଜୀବନ ଶାଖା ସଂଘର ସାଧାରଣ ବୈଠକ ଏବଂ ନୂତନ କମିଟି ଗଠନ ।

0 225

ପୋଲସରା ,୨୧/୦୨(ପିପିଟି) :ପୋଲସରା ଦିବ୍ୟଜୀବନ ସଂଘ ଶାଖାର ସାଧାରଣ ଅଧିବେଶନ ଏଵଂ ନୂତନ କମିଟି ଗଠନ ହୋଇଯାଇଛି। ବରିଷ୍ଠ ସଭ୍ୟ ସାରଂଗପାଣି ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶାଖାର କର୍ମକର୍ତ୍ତା ଏଵଂ ସଭ୍ୟ ସଭ୍ୟାମାନେ ଯୋଗଦେଇଥିଲେ। ପଣ୍ଡିତ ସୁବ୍ରତ କୁମାର ତ୍ରିପାଠୀଙ୍କ ବୈଦିକ ମନ୍ତ୍ରୋଚାରଣ ପାଠ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇ ସଂଘର ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଥିଲା। ଶେଷରେ ଆଗାମୀ ତିନି ବର୍ଷ ପାଇଁ ସଂଘର ପରିଚାଳନା ସକାଶେ ସର୍ବ ସମ୍ମତି କ୍ରମେ ଏକ ପରିଚାଳନା କମିଟି ଗଠନ କରାଯାଇଥିଲା। ଏଥିରେ ସଭାପତିଭାବେ ପ୍ରକାଶ ଚନ୍ଦ୍ର ପ୍ରଧାନ, ସଂପାଦକ ଭାବେ ପଣ୍ଡିତ ସୁବ୍ରତ କୁମାର ତ୍ରିପାଠୀ,ଉପସଭାନେତ୍ରି ଭାବେ ସୁକାନ୍ତି ସାହୁ, ଓ ଯୁଗ୍ମ ସଂପାଦକ ଭାବେ ଜୟ ସିନ୍ଧୁ ପଟ୍ଟନାୟକ, କୋଷାଧ୍ୟକ୍ଷ ଭାବେ ସୁରେନ୍ଦ୍ର ପାଣିଗ୍ରାହୀ ଓ ଯୁଗ୍ମ କୋଷାଧ୍ୟକ୍ଷ ଭାବେ ଶରତ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଚୟନ କରାଯାଇଥିବା ବେଳେ ଉପଦେଷ୍ଟା ମଣ୍ଡଳୀରେ ଲକ୍ଷ୍ମୀ ନାରାୟଣ ପୃଷ୍ଟି, ରବିନ୍ଦ୍ର ନାଥ ପତି, ଗୌରହରି ବିଷୋୟୀ ପ୍ରଣବାନନ୍ଦ ତ୍ରିପାଠୀ ଓ ନିଳୀମା କୁମାରୀ ସାହୁ ପ୍ରମୁଖଙ୍କ ସମେତ ସୁଦାମ ଚନ୍ଦ୍ର ମହାରଣା, ପ୍ରସନ୍ନ କୁମାର ସାହୁ, ସୁରେନ୍ଦ୍ର ନାଥ ପାଢ଼ୀ ସରୋଜିନୀ ପଣ୍ଡା , ରାଜଲକ୍ଷ୍ମୀ ଦାସ, ରଶ୍ମିତା ପାତ୍ର ପ୍ରମୁଖ କର୍ମକର୍ତ୍ତାମାନଙ୍କୁ ସଭ୍ୟ/ ସଭ୍ୟାଭାବେ ଚୟନ କରାଯାଇଛି। ପରେ ମୋଟ୍ ୧୮ ଜଣିଆ ନୁତନ କମିଟିର କର୍ତ୍ତାମାନେ ସଂଘର ସୁଚାରୁ ରୂପେ ପରିଚାଳନା କ୍ଷେତ୍ରରେ ନିଜନିଜର ଯଥାସାଧ୍ୟ ସେବା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ଉପସ୍ଥିତ ଅନ୍ୟ ସମସ୍ତ ସଦଶ୍ୟ/ସଦଶ୍ୟାମାନେ ନୂତନ କର୍ମକର୍ତ୍ତାଙ୍କୁ ସ୍ଵାଗତ କରିଥିଲେ। ଶେଷରେ କୋଷାଧ୍ୟକ୍ଷ ସୁରେନ୍ଦ୍ର ପାଣିଗ୍ରାହୀ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ୍ ଅର୍ପଣ
କରିଥିଲେ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.