ପୋଲସରା ଓକିଲ ସଂଘର ଶପଥପାଠ ଏଵଂ ନୁତନ କମିଟି ଗଠନ।

0 245

ପୋଲସରା,(ପିପିଟି) : ଆଜି ଗଂଜାମ ଜିଲ୍ଲା ପୋଲସରା ଓକିଲ ସଂଘର ଶପଥପାଠ ଏଵଂ ନୁତନ କମିଟି ଗଠନ ହୋଇଯାଇଛି। ଗତ ତା. ୧୮/୦୩/୨୦୨୫ ଦିନ ଗଣତାନ୍ତ୍ରୀକ ନିୟମରେ ହୋଇଥିବା ସଂଘର ନବ ନିର୍ବାଚିତ ସଭାପତି କବିରାଜ ଦାସ, ଉପସଭାପତି ଅକ୍ଷୟ କୁମାର ଦାଶ, ସାଧାରଣ ସଂପାଦକ ବ୍ରଜେନ୍ଦ୍ର ସାହୁ, ସହ ସଂପାଦକ ବିଜୟ କୁମାର ଶାସମଲ ପ୍ରମୁଖ ପ୍ରତିନିଧିମାନଙ୍କୁ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ଵ ତୁଲାଇଥିବା ବରିଷ୍ଠ ଓକିଲ ଶରତ ଚନ୍ଦ୍ର ପଟ୍ଟନାୟକ ଶପଥପାଠ କରାଇଥିଲେ। ଏହି ଅବସରରେ କୋଷାଧ୍ୟକ୍ଷ ଭାବେ ପ୍ରହଲ୍ଲାଦ ବିଷୋୟୀଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯିବାସହ ଏହି କାର୍ଯ୍ୟକାରିଣୀ କମିଟିରେ ୧୧ ଜଣ ସଦସ୍ୟଙ୍କୁ ନେଇ ଏକ ଉପଦେଷ୍ଟା ମଣ୍ଡଳୀ ଗଠନ କରାଯାଇଛି। ଏଥିରେ ସୁଶାନ୍ତ କୁମାର ସାହୁ, ବଳରାମ ପ୍ରଧାନ, କାହୁଁ ଚରଣ ସାହୁ, ସିମାଞ୍ଚଳ ହୋତା, ରମେଶ ଚନ୍ଦ୍ର ପ୍ରଧାନ, ରତ୍ନାକର ମହାନ୍ତି, ରଜନୀକାନ୍ତ ପ୍ରଧାନ,ବ୍ରଜବନ୍ଧୁ ଦଳବେହେରା, ପବିତ୍ର କୁମାର ନାୟକ, ଶରତ ଚନ୍ଦ୍ର ପଟ୍ଟନାୟକ ଓ ସିମାଞ୍ଚଳ ବେହେରା ପ୍ରମୁଖଙ୍କୁ ନିଆଯାଇଥିବାବେଳେ ଏମାନଙ୍କ ମଧ୍ୟରୁ ସୁଶାନ୍ତ କୁମାର ସାହୁଙ୍କୁ ଉପଦେଷ୍ଟା ମଣ୍ଡଳୀର ସଭାପତି ଭାବେ ମନୋନୀତ କରାଯାଇଛି।
ସୁଚନାଯୋଗ୍ୟ ଯେ ବର୍ତ୍ତମାନ ଏହି ସଂଘରେ ମୋଟ୍ ୫୨ ଜଣ ସଦସ୍ୟ ଅଛନ୍ତି। ଶେଷରେ କାହୁଁଚରଣ ସାହୁ ସଂଘ ତରଫରୁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.