ପୋଲସରା ଓକିଲ ସଂଘର ନିର୍ବାଚନ ଘୋଷଣା ।

0 216

ପୋଲସରା,୦୭/୦୩(ପିପିଟି): ଗଞ୍ଜାମ ଜିଲ୍ଲାର ପୋଲସରା ଓକିଲ ସଂଘ- ୨୦୨୫ ସକାଶେ ବାର୍ଷିକ ନିର୍ବାଚନ ଘୋଷଣା କରାଯାଇଛି। ଆସନ୍ତା ୧୮ତାରିଖ ମଙ୍ଗଳବାର ଦିନ ଗଣତାନ୍ତ୍ରିକ ପଦ୍ଧତି ନିୟମ ଅନୁସାରେ ବିଭିନ୍ନ ପଦ ପଦବୀ ପାଇଁ ପୂର୍ବାହ୍ନ ୧୧ଘ. ସମୟ ଠାରୁ ଅପରାହ୍ନ ୪ଘଣ୍ଟା ସମୟ ପ୍ରଯ୍ୟନ୍ତ ଭୋଟଦାନ ହେବାପରେ ଚୁଡାନ୍ତ ଫଳାଫଳ ଘୋଷଣା କରାଯିବ। ଏହା ପୂର୍ବରୁ ୧୦ ତାରିଖ ସୋମବାର ଦିନ ଉକ୍ତ ସମୟ ମଧ୍ୟରେ ପ୍ରାର୍ଥିମାନେ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ପରବର୍ତ୍ତୀ ୧୨ ତାରିଖ ବୁଧବାର ଦିନ ନାମାଙ୍କନ ପତ୍ର ପ୍ରତ୍ୟାହାର ଦିବସ ରହିଥିବା ବେଳେ ୧୩ ତାରିଖ ଗୁରୁବାର ଦିନ ପ୍ରାର୍ଥିମାନଙ୍କ ନାମ ଘୋଷଣା କରାଯିବବୋଲି ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ଵ ତୁଲାଉଥିବା ବରିଷ୍ଟ ଓକିଲ ଶରତ ଚନ୍ଦ୍ର ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.