ପୋଲସରା ଏସଏସବିଭି ର ୨୭ତମ ବାର୍ଷିକ ଉତ୍ସବ ।

0 0

ପୋଲସରା,୨୯/୦୩ (ପିପିଟି) :ପୋଲସରା କଲେଜ ତୋଟା ସାହି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ଭବନର ୨୭ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉଦ୍‌ଘାଟକ ଭାବେ ମହାମଣ୍ଡଳେଶ୍ୱର ଶ୍ରୀ ମହନ୍ତ କମଳାକାନ୍ତ ଦାଶ ମହାରାଜ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମୁଖ୍ୟ ବକ୍ତାଭାବେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନର ସହ-ସମ୍ପାଦକ ରଞ୍ଜନ କୁମାର ସାହୁ ଏବଂ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ପ୍ରଭାକର ପଣ୍ଡା ଓ ସମ୍ପାଦକ, ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନର ପ୍ରକାଶ ଚନ୍ଦ୍ର ବିଷୋୟୀ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଧୈର୍ଯ୍ୟର ସହିତ କଠିନ ପରିଶ୍ରମ ମାଧ୍ୟମରେ ଉଚିତ ଜ୍ଞାନ ଆହରଣ କରି ସମାଜରେ ଜଣେ ଜଣେ ଭଲ ଚରିତ୍ରବାନ ମଣିଷ ହେବାକୁ ପରାମର୍ଶ ଦେବା ସହ ଏଥିପାଇଁ ଆବଶ୍ୟକ ସମୟ ବାହାର କରି ସହଯୋଗ କରିବାକୁ ଉପସ୍ଥିତ ଅଭିଭାବକମାନଙ୍କୁ ନିବେଦନ କରିଥିଲେ।ଅନ୍ୟତମ ଅତିଥି ଭାବେ ଅନୁଷ୍ଠାନର ଉପ-ସଭାପତି କୈଳାସ ଚନ୍ଦ୍ର ଦାସ, ସହ-ସମ୍ପାଦକ ତଥା କାଉନସିଲର ଯଜ୍ଞ ନାରାୟଣ ସାହୁ, କୋଷାଧ୍ୟକ୍ଷ ପଞ୍ଚ ପ୍ରଧାନଙ୍କ ସମେତ ହର ପ୍ରସାଦ ବେହେରା, କୃଷ ଚନ୍ଦ୍ର ଜେନା, ରାମଚନ୍ଦ୍ର ପ୍ରଧାନ, ପ୍ରଫୁଲ୍ଲ କୁମାର ସାହୁ ପ୍ରମୁଖ ସଭ୍ୟବୃନ୍ଦ ଉପସ୍ଥିତ ଥିଲେ । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସମ୍ପାଦକ ତଥା ଆଇନଜୀବୀ ଅଗସ୍ତି ବରାଡ ପରିଚାଳନା କରିବା ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅତିଥି ସ୍ଵାଗତ ଏବଂ ପରିଚୟ ପ୍ରଦାନ ପ୍ରଧାନ ଆଚାର୍ଯ୍ୟ ହରପ୍ରସାଦ ଆଚାର୍ଯ୍ୟ କରିଥିଲେ ।ଏହି ଅବସରରେ ଅରୁଣରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ କୃତିତ୍ଵ ଛାତ୍ରଛାତ୍ରୀମାନଙ୍କୁ ଅନୁଷ୍ଠାନ ତରଫରୁ ଅତିଥିବୃନ୍ଦଙ୍କ ଦ୍ଵାରା ପୁରସ୍କାର ସହିତ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ଶେଷାର୍ଦ୍ଧରେ ଅନୁଷ୍ଠାନର ଶିଶୁ କଳାକାରଙ୍କ ଦ୍ଵାରା ନୃତ୍ୟ ପରିବେଷଣ ଏବଂ ଫକୀରମୋହନ ସେନାପତିଙ୍କ ରଚିତ “ହସରେ ଆରମ୍ଭ ଲୁହରେ ଶେଷ” (ଏକାଙ୍କିକା) ନାଟକ ଅତି ସୁନ୍ଦର ଭାବେ ପରିବେଷଣ ହୋଇଥିଲା ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.