ପୋଲସରା ଏମ୍.ଆଇ. କ୍ବାଟରରେ ଅସାମାଜିକଙ୍କ ଆଡ୍ଡାସ୍ଥଳୀ !

0 2,832

ପୋଲସରା,(ପିପିଟି ନ୍ଯୁଜ୍)୧୭/୦୫,ଗଞ୍ଜାମ ଜିଲ୍ଲାର ପୋଲସରା ଠାରେ ଥିବା କ୍ଷୁଦ୍ର ଜଳସଂପଦ ବିଭାଗର ନୂତନ କାର୍ଯ୍ୟାଳୟ ଓ ବାସଭବନ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ିରହିଛି । କାର୍ଯ୍ୟାଳୟର ତଳ ମହଲା କାର୍ଯ୍ୟ ଶେଷ ହୋଇଥିବା ବେଳେ ଉପର ମହଲା କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ିରହିଛି ।ସେହିପରି କର୍ମଚାରୀ ରହିବା ପାଇଁ ଉଦ୍ଦିଷ୍ଟ ଗୃହ ନିର୍ମାଣ ସରିଥିଲେ ମଧ୍ୟ କବାଟ ଓ ଝରକା ଲଗାଯାଇ ନାହିଁ ।ସଂଧ୍ୟା ଠାରୁ ମଧ୍ୟ ରାତ୍ର ପର୍ଯ୍ୟନ୍ତ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲିଟିଥିବା ନେଇ ଚର୍ଚ୍ଚା ଶୁଣିବାକୁ ମିଳୁଛି । ସେଠାରେ ମଦ୍ୟପାନ ଚାଲିବା ସହିତ ଦେହବ୍ଯବସାୟ ହେଉଥିବା ନେଇ ରାସ୍ତା ଘାଟ ଚର୍ଚ୍ଚା ଜୋର ଧରିଛି! ଘଟଣା ସତ୍ୟ ହୋଇଥିଲେ ଅବସ୍ଥା ସାଙ୍ଘାତିକ ହୋଇପାରେ । ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

Leave A Reply

Your email address will not be published.