ପୋଲସରା ଏନ୍ ଏସିର ବର୍ଦ୍ଧିତ ଉତ୍ତା ବଣ୍ଟନ ଏଵଂ ବୈଠକରେ ମନ୍ତ୍ରୀ ଯୋଗଦେଲେ।

0 262

ପୋଲସରା: ତା.୨୪/୦୨(ପିପିଟି) : ଆଜି ପୋଲସରା ଏନ୍ ଏସିର ଉତ୍ତା ବଣ୍ଟନ ଏଵଂ ଗୁରୁତ୍ୱ ପୂର୍ଣ୍ଣ ସମୀକ୍ଷା ବୈଠକରେ ପୋଲସରା ବିଧାୟକ ତଥା ମତ୍ସ୍ୟ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ୮୦ ବର୍ଷରୁ ଉର୍ଦ୍ଧ୍ବ ବୃଦ୍ଧ ଓ ବୃଦ୍ଧା ମାନଙ୍କୁ ବର୍ଦ୍ଧିତ ୩ ହଜାର ୫୦୦ ଟଙ୍କା ଉତ୍ତା ବଣ୍ଟନ କରିବା ସହ ଭିନ୍ନକ୍ଷମ ମାନଙ୍କୁ ମଧ୍ୟ ଉତ୍ତା ବଣ୍ଟନ କରିଥିଲେ। ପରେ ବୈଠକ ଗୃହରେ ଅନୁଷ୍ଠିତ ଗୁରୁତ୍ଵପୁର୍ଣ୍ଣ ବୈଠକରେ ଯୋଗଦେଇ ବିଭିନ୍ନ ଉନ୍ନୟନ, ପିଏମ୍ ଆବାସ, ଗମନାଗମନ, ବିଦ୍ୟୁତ୍, ପିଇବା ପାଣି, ସ୍ବାସ୍ଥ୍ୟ, ଜବର ଦଖଲ, ଏଵଂ ଆଲୋକ ଉପରେ ସମୀକ୍ଷା କରି ଆବଶ୍ୟକ ପରାମର୍ଶ ଦେଇଥିଲେ। ଏହି ସମୟରେ କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଜେନା,ନଗରପାଳ ସଂଗୀତା କୁମାରୀ ବେହେରା, ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, କାଉନସିଲର, ସମସ୍ତ ଷ୍ଟାଫ୍ ଓ କର୍ମଚାରି ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ, ଜେଇ ସମସ୍ତେ ଉପସ୍ଥିତ ଥିଲେ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.