ପୋଲସରା ଏନଏସିର କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ଭତ୍ତା, ଆର୍ଥିକ ସହାୟତା ବଣ୍ଟନ ଏଵଂ ଭିତ୍ତୀ ପ୍ରସ୍ତର ସ୍ଥାପନ।
ପୋଲସରା ,୨୯/୦୬(ପିପିଟି):ଆଜି ପୋଲସରା ଏନ୍ଏସି ପକ୍ଷରୁ ପିଏମ୍ ଆବାସ କାର୍ଯ୍ୟାଦେଶ, ସାମାଜିକ ସୁରକ୍ଷା ଯୋଜନାର ନୂତନ ଭତ୍ତା, ଖାଉଟି କାର୍ଡ, ଏସଏଚଜି ମହିଳା ଗ୍ରୁପ୍ ସହାୟତା ରାଶି ବଣ୍ଟନ, ପଟ୍ଟା ବଣ୍ଟନ ସହ ୩୯ ଗୋଟି ଉନ୍ନତି ମୂଳକ କାର୍ଯ୍ୟ ଗୁଡ଼ିକର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଜେନାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏଵଂ ନଗରପାଳ ସଂଗୀତା ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ତଥା ମତ୍ସ୍ୟ ପଶୁସମ୍ପଦ ବିକାଶ, ଅତିକ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଏଵଂ ସମ୍ମାନୀତ ଅତିଥିଭାବେ ତହସିଲଦାର ଦିପ୍ତିମୟୀ ପାତ୍ର, ଏନଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ସା°ସଦ ପ୍ରତିନିଧିଭାବେ ସିମାଞ୍ଚଳ ସାହୁ, ବିଜେପି ଯୁବନେତା ପ୍ରଭାକର ପଣ୍ଡା, ପୂର୍ବତନ ନଗର ପାଳ ପ୍ରଫୁଲ୍ଲ ପ୍ରଧାନଙ୍କ ସମେତ ସମସ୍ତ କାଉନସିଲର ବୃନ୍ଦ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ଅତିଥି ମନ୍ତ୍ରୀ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିବାବେଳେ ଉପସ୍ଥିତ ଅନ୍ୟ ଅତିଥିବୃନ୍ଦ ସହଯୋଗ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ନିଜର ଅଭିଭାଷଣରେ ସରକାରଙ୍କ ବିଭିନ୍ନ ଜନହିତାଧିକାରୀ ଏଵଂ ବିଭିନ୍ନ କଲ୍ୟାଣ ଯୋଜନାଗୁଡିକ ଉପରେ ଆଲୋକପାତ କରିବା ସହ ନିର୍ବାଚନ ବେଳେ ଦେଇଥିବା ସମସ୍ତ ପ୍ରତିଶୃତି ଗୁଡ଼ିକୁ ନିଶ୍ଚିତ ଭାବେ ପୂରଣ କରାଯିବ ବୋଲି କହିଥିଲେ। ଏହି ଅବସରରେ ପୋଲସରା ଏନଏସିର ୧୯ ଗୋଟି ୱାର୍ଡ ଗୁଡ଼ିକର ଉନ୍ନତି ଏଵଂ ବିକାଶ ସକାଶେ ୫ କୋଟି ଟଙ୍କାର ୩୯ ଗୋଟି ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ ଉପରୋକ୍ତ ବିଭିନ୍ନ କାର୍ଯ୍ୟାଦେଶ, ଭୁମିପଟ୍ଟା, ଘରକଣ୍ଟକପଟ୍ଟା, ଭତ୍ତା ଏଵଂ ସହାୟତା ରାଶି ମନ୍ତ୍ରୀ ମହୋଦୟ ବଣ୍ଟନ କରିଥିଲେ। ଏହି ସମୟରେ ଏନଏସିର ସମସ୍ତ ଷ୍ଟାଫ୍ ଏଵଂ କର୍ମଚାରୀବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା