ପୋଲସରା ଏନଏସିରେ ବିଶ୍ୱ ମହିଳା ଦିବସ ପାଳନ ।

0 171

ବୁଗୁଡା, ୦୮/୦୩(ପିପିଟି):ମାର୍ଚ୍ଚ ୮ ତାରିଖ ଦିନ ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ବିଶ୍ୱ ମହିଳା ଦିବସ ପାଳନ ହୋଇଯାଇଛି। ପୋଲସରା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ବିଶ୍ୱ ମହିଳା ଦିବସ ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏନଏସି ଅଧ୍ୟକ୍ଷା ସଂଗୀତା ବେହେରା, ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, କାଉନସିଲର ବୃନ୍ଦ, ବିଭିନ୍ନ ବର୍ଗର ସ୍ଥାୟୀ ଓ ଅସ୍ଥାୟୀ ମହିଳା କର୍ମଚାରୀ ବୃନ୍ଦ ଯୋଗଦେଇଥିଲେ। ଅତିଥି ବୃନ୍ଦ ନିଜ ବକ୍ତବ୍ୟରେ ସରକାର ମହିଳାମାନଙ୍କ ଉନ୍ନତି ପାଇଁ ନେଇଥିବା ବିଭିନ୍ନ ଯୋଜନା ବିଷୟରେ ପ୍ରକାଶ କରିବା ସହ ସୁସ୍ଥ ସମାଜ ଗଠନରେ ମହିଳା ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ଏନଏସି ରେ ଉତ୍ତମ କାର୍ଯ୍ୟ କରିଥିବା ମହିଳାମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ବଡଖାନାର ବ୍ୟବସ୍ଥା କରାଯାଇଥିଲା।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.