ପୋଲସରା ଆର୍ଡ଼.ବ୍ଲୁ.ଏଚ୍ଏ.ସ.ଏସ ର ଦୁଇ ଦିବସୀୟ ରୌପ୍ୟ ଜୟନ୍ତୀ ସମାରୋହ ଉଦଯାପିତ।

0 288

ପୋଲସରା,୨୨/୦୧(ପିପିଟି):ଗଂଜାମ ଜିଲ୍ଲା ପୋଲସରା ଅଞ୍ଚଳର ଏକମାତ୍ର ଶିକ୍ଷା କ୍ଷେତ୍ରରେ ସୁନାମ ଅର୍ଜନ କରି ଜିଲ୍ଲାରେ ଅଧ୍ୟୟନରତ ଛାତ୍ରୀଙ୍କ ସଂଖ୍ୟାଦୃଷ୍ଟିରେ ଦୁତୀୟ ସ୍ଥାନ ଅଧିକାର କରିବାରେ ସଫଳ ହୋଇପାରିଥିବା ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦୁଇ ଦିବସୀୟ ରୌପ୍ୟ ଜୟନ୍ତୀ ମହୋତ୍ସବ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଉଦଯାପିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଦୀପ କୁମାର ପରମଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଶିଷ୍ଠ ଶିକ୍ଷା ସମାଜସେବୀ ତଥା ଅନୁଷ୍ଠାନର ପ୍ରତିଷ୍ଠାତା ସାମସୁନ୍ଦର୍ ସାହୁ,ମୁଖ୍ୟବକ୍ତା ଭାବେ ଲକ୍ଷ୍ମୀ ନାରାୟଣ ଡ଼ିଗ୍ରୀ ମହାବିଦ୍ୟାଳୟ ଅର୍ଥନିତୀ ବିଭାଗ ଅଧ୍ୟାପକ ବିଷ୍ଣୁ ଚରଣ ସେଠୀ ଏବଂ ସମ୍ମାନୀତ ଅତିଥିଭାବେ ମଥୁରା ମଠାଧୀଶ ମହନ୍ତ ସୁନ୍ଦର ରାମ ଦାସଜି ମହାରାଜ, ବରିଷ୍ଠ ଆଇନଜୀବି ରମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ବୈଦିକ ମନ୍ତ୍ରଚାରଣ ମଧ୍ୟରେ ମଂଚାସିନ ଅତିଥି ବୃନ୍ଦ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ ପୁର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ଅଧ୍ୟାପକ ଆଶିଷ କୁମାର ପ୍ରଧାନଙ୍କ ସଂଯୋଜନାରେ ଅଧ୍ୟାପକ ଶିଶିର କାନ୍ତ ବିଷୟୀ ଅତିଥିଙ୍କୁ ସ୍ବାଗତ ଏଵଂ ପରିଚୟ ପ୍ରଦାନ କରିଥିବାବେଳେ ଅନୁଷ୍ଠାନ ତରଫରୁ ପରଂପରାନୁଜାୟୀ ସମ୍ବର୍ଦ୍ଧନା ଦିଆଯାଇଥିଲା।ପରେ ଛାତ୍ରୀମାନେ ମିଳିତ ଭାବେ ସ୍ବାଗତ ସଂଗିତ ଗାନ କରିଥିଲେ।ପରେ ଅତିଥିବୃନ୍ଦେ ଅନୁଷ୍ଠାନର ଉତ୍ତରୋତ୍ତର କାମନା କରିବାସହ ଛାତ୍ରୀମାନଙ୍କୁ ମୂଲ୍ୟବାନ ଉପଦେଶ ଜରିଆରେ ଦିଗଦର୍ଶନ ଦେଇଥିଲେ। ଏଥିସହିତ ଉଚିତ୍ ଜ୍ଞାନ ଆହରଣ କରି ଉତ୍ତମ ଚରିତ୍ରବାନ ମଣିଷ ହେବାକୁ ପରାମର୍ଶ ଦେଇଥିଲେ।ଏହି ଅବସରରେ ପୁର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ଏବଂ ଶିକ୍ଷାରେ ଟପର ହୋଇ ନିଜର, ଅନୁଷ୍ଠାନ ଏଵଂ ପରିବାରର ସୁନାମ ଅର୍ଜନ କରିବାରେ ସଫଳ ହୋଇଥିବା କୃତିତ୍ୱ ଛାତ୍ରୀମାନଙ୍କୁ ଟ୍ରଫି ଏଵଂ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା। ଅନୁଷ୍ଠାନ ତରଫରୁ ଅତିଥିମାନଙ୍କୁ ରୋପ୍ୟଜୟନ୍ତିର ସ୍ମାରକ ବୁଦ୍ଧଙ୍କ ମୂର୍ତ୍ତି ଏଵଂ ସ୍ମୃତି ଫଳକ ଦିଆଯିବା ସହିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ଉତ୍ତରୀୟ ଏଵଂ ପୁଷ୍ପଗୁଚ୍ଛ ପ୍ରଦାନ ପୁର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା।ପରେ ଛାତ୍ରୀମାନଙ୍କ ଦ୍ଵାରା ବିଦାୟୀ ସଂଗିତ ଗାନ କରାଯିବାପରେ ମହାବିଦ୍ୟାଳୟ ଅଧ୍ୟାପକ ମକରଧ୍ବଜ ବରାଡ ଉଦଯାପନୀ ଦିବସରେ ଉପସ୍ଥିତ ସମସ୍ତ ବ୍ୟକ୍ତିବିଶେଷ ଏଵଂ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଆନ୍ତରିକ ଧନ୍ୟବାଦ୍ ସହ କୃତଜ୍ଞତା ଜଣାଇଥିଲେ।ଶେଷରେ ଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମ ଅତି ସୁନ୍ଦର୍ ଭାବେ ପରିବେଷଣ କରିଥିଲେ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.