ପୋଲସରା ଆଞ୍ଚଳିକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବେସରକାରୀ ଅଧ୍ୟାପକ ଓ କର୍ମଚାରୀମାନଙ୍କ ଅନିର୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ।
ପୋଲସରା ,୨୩/୦୮(ପିପିଟି) :ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ନିଷ୍ପତି କ୍ରମେ ଆଞ୍ଚଳିକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପରିଚାଳନା କମିଟି ଦ୍ୱାରା ନିଯୁକ୍ତି ପାଇଥିବା ସମସ୍ତ କର୍ମଚାରୀ ସେମାନଙ୍କ ପୂର୍ଣ୍ଣ ଅନୁଦାନ ରାଶି ପ୍ରଦାନ ଦାବିରେ ସାମୁହିକ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ସଂଘର ରାଜ୍ୟ ସଭାପତି ବିଶ୍ବରଂଜନ ଦାସଙ୍କ ପରାମର୍ଶ କ୍ରମେ ସମସ୍ତ ମହାବିଦ୍ୟାଳୟ ପରି ଆଞ୍ଚଳିକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଫାଟକସମ୍ମୁଖରେ ଶାନ୍ତିପୂର୍ଣ୍ଣଭାବେ ଧାରଣା ଦେଇଛନ୍ତି। ଯେହେତୁ ମହାବିଦ୍ୟାଳୟ ପରିଚାଳନା କମିଟି ଦ୍ବାରା ୨୦୦୮ରୁ ୨୦୧୮ ମଧ୍ୟରେ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନେ ନିଯୁକ୍ତି ପାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ଉପଯୁକ୍ତ ଅନୁଦାନରାଣି ମିଳୁନାହିଁ। ଯେଉଁ ଦିନ ପର୍ଯ୍ୟନ୍ତ ଅନୁଦାନ ନୀତି ସମ୍ବନ୍ଧୀୟ କୌଣସି ବିଧିବଦ୍ଧ ପଦକ୍ଷେପ ରାଜ୍ୟସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇନାହିଁ ସେହି ଦିନ ଅର୍ଥାତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଧାରଣା ରତ କର୍ମଚ଼ାରୀଙ୍କ ପକ୍ଷରୁ ପ୍ରକାଶ କରାଯାଇଛି। ଏହି ଆନ୍ଦୋଳନ ସମୟରେ ସଂଘର କର୍ମଚାରୀ ଶ୍ରୀଦେବୀ ପାତ୍ର, ମକରଧୂଜ ବରାଡ଼, ସୁଶାନ୍ତ କୁମାର ପରିଡା, ଶାରଦା ପାତ୍ର, ରାକେଶ ପୋଲେଇ, ରାଜେନ୍ଦ୍ର ଦେବତା ,ମିନତୀ ପାଢ଼ୀ, ପ୍ରିୟମ୍ବଦା ଦାସ , ମହେନ୍ଦ୍ର ସାମନ୍ତରା ,ଶ୍ରୀକାନ୍ତ ମିଶ୍ର ,ସଂଗ୍ରାମ କେଶରୀ ସ୍ୱାଇଁ, ଜୟନ୍ତ ପ୍ରଧାନ ଓ ପରିଚାଳନା କମିଟି ଦ୍ୱାରା ନିଯୁକ୍ତି ପାଇଥିବା ସମସ୍ତ କର୍ମଚ଼ାରୀ ଉପସ୍ଥିତ ଥିଲେ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା