ପୋଲସରା,୧୭/୦୯ (ପିପିଟି) : ଗଂଜାମ ଜିଲ୍ଲାର ପୋଲସରା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବିଶ୍ୱକର୍ମା ସମାଜ ଆଠଗଡ଼ ତାଲୁକା ମନ୍ଦିର ସମେତ ଶ୍ରୀଶ୍ରୀ ବିଶ୍ୱକର୍ମା ରାଜମିସ୍ତ୍ରୀ ସଂଘ, ଶ୍ରୀଶ୍ରୀ ବିଶ୍ୱକର୍ମା ବାଇକ୍ ଗ୍ୟାରେଜ ସଂଘ, ସ୍ଵର୍ଣ୍ଣ କାରିଗର ସଂଘ,ସରକାରୀ ଜନସ୍ବାସ୍ଥ୍ୟ ଅନୁଖଣ୍ଡ କାର୍ଯ୍ୟାଳୟ ସରକାରୀ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ କାର୍ଯ୍ୟାଳୟ ସମେତ ସହରର ଆଖପାଖ ସ୍ଥାନ ଗୁଡିକରେ ବହୁ ଉତ୍ସାହ ଉଦ୍ଦୀପନା ଓ ଭକ୍ତିଭାବ ସହକାରେ ବିଧିବିଧାନ ପୂର୍ବକ ପାଳିତ ହୋଇଯାଇଛି। ଏହି ଅବସରରେ ପୂଜା ମଣ୍ଡପ ଗୁଡିକରେ ଭକ୍ତ ଏଵଂ ଜନସାଧାରଣଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା