ପୋଲସରାରେ ୧୧୦ ତମ ବିଜୁ ଜୟନ୍ତୀ ପାଳିତ ।

0 66

ପୋଲସରା,୦୫/୦୩ (ପିପିଟି) :ପୋଲସରା ବସଷ୍ଟାଣ୍ଡ ପରିସରରେ ପୋଲସରା ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜୟନ୍ତୀ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଳକ ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ, ଏନ୍ ଏ ସି ସଭାପତି ଗୋପାଳ ସାହାଣୀ,ଅଧ୍ୟକ୍ଷା ସଙ୍ଗିତା ବେହେରା, ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା,ବ୍ଳକ ଉପାଧ୍ୟକ୍ଷ କାହ୍ନୁଚରଣ ପରିଡ଼ା, ଜିଲ୍ଲାପରିଷଦ ମେମ୍ବର ଅଶୋକ ବିଷୋୟୀ, ବିକ୍ରମ ନାୟକ, ଝୁନୁ ଦାସ ଓ ସୁକାନ୍ତ ଭୂୟାଁ,କନକ ମଞ୍ଜରୀ ରାଉତ, କବିରାଜ ଦାସ, ଦୀପିକା ବାରିକ, ପବିତ୍ର ରାଉତ, ସନ୍ତୋଷ ପାତ୍ର,ବିଜୟ କୁମାର ଭୂୟାଁ,ଉତ୍କଳ ପ୍ରଧାନ,ସୁଶିତ ସାହୁ, ବାସୁଦେବ ନାୟକ, ସୁଶାନ୍ତ ପୋଲାଇ,ସିଲୁ ଦଳେଇ, କାର୍ତ୍ତିକ ଜେନା,ବୁଲୁ ବେହେରା, ଗୋରା ଚାନ୍ଦ ସାହୁ ସମେତ ଅନେକ ସରପଞ୍ଚ ଓ ସମିତି ସଭ୍ୟ, ଏନ୍ ଏ ସି ର କାଉନସିଲର, ଉଭୟ ବ୍ଳକ ଓ ଏନ୍ ଏ ସି ର ଦଳୀୟ କର୍ମୀ ଓ ବିଜୁ ପ୍ରେମୀ ଯୋଗଦେଇ ଥିଲେ। ଉକ୍ତ ଜୟନ୍ତୀ ପାଳନ ଅବସରରେ ପୋଲସରା ବସଷ୍ଟାଣ୍ଡ ଠାରେ ଥିବା ପ୍ରବାଦ ପୁରୁଷ ବିଜୁବାବାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ ଓ ତାଙ୍କର ସ୍ମୃତି ଚାରଣ କରାଯାଇଥିଲା।ଏଥି ସହ ବସଷ୍ଟାଣ୍ଡ ଠାରୁ ଦଳୀୟ କର୍ମୀ ଓ ବିଜୁ ପ୍ରେମୀ ଗଣ ଏକ ଶୋଭାଯାତ୍ରାରେ ବାହାରି ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ସେଠାରେ ଉପସ୍ଥିତ ଥିବା ରୋଗୀଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.