ପୋଲସରା,୧୨/୦୨(ପିପିଟି):ଆଜି ରାଜ୍ୟ ମହିଳା କମିଶନ, ଭୁବନେଶ୍ୱର,ଓଡ଼ିଶାଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ବ୍ଲକ୍ ଛକସ୍ଥିତ ମାତୃଶକ୍ତି କଲ୍ୟାଣ ମଣ୍ଡପ ଠାରେ ଏକ ଦିବସୀୟ ବ୍ଲକ୍ ସ୍ତରୀୟ ଆଇନ ସଚେତନା ଶିବିର ଅନୁଷ୍ଠିତ ହୋଇଯାଇଛି।ସ୍ଥାନୀୟ ସମନ୍ନିତ ଶିଶୁ ବିକାଶ ପ୍ରକଳ୍ପ ଆନୁକୁଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସିଡ଼ିପିଓ ତିଳୋତ୍ତମା ରାଉତ ସଭାପତିତ୍ବ କରିଥିବାବେଳେ ବିପିସି ମିଶନ ଶକ୍ତିର ନିଳାଞ୍ଚଳ ସାହୁ ପରିଚାଳନା କରିଥିଲେ।ଏଥିରେ ମୁଖ୍ୟଅତିଥିଭାବେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଛତପୁରର ଆବିଦା ପରବିନ୍, ମୁଖ୍ୟବକ୍ତା ଭାବେ ବରିଷ୍ଠ ଆଇନଜୀବୀ ଜମିର ଅଲ୍ଲୀ ଖାଁ ଏଵଂ ସମ୍ମାନୀତ ଅତିଥିଭାବେ ପୋଲସରା ଥାନା ସେକେଣ୍ଡ ଅଫିସର ମିଲନ ପ୍ରଧାନ,ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଚିକିତ୍ସାଧିକାରୀ ଡକ୍ଟର ଗୋପବନ୍ଧୁ ବେହେରା ପ୍ରମୁଖ ଯୋଗଦେଇଥିଲେ। ବ୍ଲକ୍ ଅଧ୍ୟକ୍ଷା କଳ୍ପନା ପ୍ରଧାନ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ବଳନ ପୁର୍ବକ ଉଦଘାଟନ କରିଥିଲେ।ଅତିଥିମାନେ ଘରୋଇହିଂସା, ଯୌତୁକ ନିରୋଧି ଆଇନ, ଭୃଣହତ୍ୟା, ନାବାଳିକା ଅତ୍ୟାଚାର,ପୋକସୋ ଆଇନ, ଅନ୍ଧବିଶ୍ୱାସର ଗୁଣିଗାରେଡ଼ି,ବାଲ୍ୟବିବାହ ସହିତ ଅନେକ ସମସ୍ୟାଗୁଡ଼ିକ ଉପରେ ନେଇ ସଚେତନ କରାଇଥିଲେ।ଏଥିରେ ସିଡିପିଓ କାର୍ଯ୍ୟାଳୟର ସମସ୍ତ ଷ୍ଟାଫ୍,ସୁପରଭାଇଜର, ଅଙ୍ଗନାୱାଡ଼ି କର୍ମୀ,ଆଶାକର୍ମୀ, ଏସଏଚଜି ଗ୍ରୁପ୍, ପୋଲିସ କର୍ମଚାରି ଏଵଂ କର୍ମଚାରି , ବୁଦ୍ଧିଜୀବି, ସମାଜସେବୀ ଏବଂ ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।
ଶେଷରେ ସିଡିପିଓ ମହୋଦୟା ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ।
ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା