ପୋଲସରାରେ ବିଶାଳ ହିନ୍ଦୁ ସମ୍ମିଳନୀ।

0 200

ପୋଲସରା,୦୯/୦୨ (ପିପିଟି) :ପୋଲସରା ସହର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ହିନ୍ଦୁ ସମାଜ ତରଫରୁ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ୮ ତାରିଖ ରବିବାର ଦିନ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲାର ରାଇକିଆ ସ୍ଥିତ ଆର୍ଯ୍ୟସମାଜ ତପୋବନ ଗୁରୁକୁଳର ଆଚାର୍ଯ୍ୟ ବାମଦେବ ମୁଖ୍ୟବକ୍ତା ଭାବେ ଭାରତୀୟ ସେନା ଆକାଶବାହିନୀର ସେବାନିବୃତ୍ତ ଲେଫ୍ଟନାଣ୍ଟ ତଥା ଗଂଜାମ ଜିଲ୍ଲା ବିଭାଗୀୟ ବିମର୍ଶ ସଂଯୋଜକ ଶ୍ରୀରାମ ପ୍ରସାଦ ପଟ୍ଟନାୟକ ଏବଂ ସମ୍ମାନିତ ଅତିଥି ଭାବେ ବିଶ୍ଵ ହିନ୍ଦୁ ପରିଷଦ ଏମରସତା ବିଭାଗର ଜିଲ୍ଲା ପ୍ରମୁଖ ଡଃ ରବି ନାରାୟଣ ବେହେରା, ଭାରତୀୟ ଜାଗୃତି ମଞ୍ଚର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅରୁଣ କୁମାର ଗୌଡ଼ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ଆୟୋଜନର ମୁଖ୍ୟ ଲକ୍ଷ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ଏକ ରାଷ୍ଟ୍ର – ଏକ ଧର୍ମ – ଏକ ସଂସ୍କୃତି ଉପରେ କହିବାକୁଯାଇ ସମଗ୍ର ଭାରତ ବର୍ଷରେ ହିନ୍ଦୁମାନେ ସଂଗଠିତ ହୋଇପାରିଲେ ବିଶ୍ଵର ସର୍ବଶ୍ରେଷ୍ଠ ଶକ୍ତିଶାଳୀ ରାଷ୍ଟ୍ର ଭାରତ ହୋଇପାରିବ। ସେହିପରି ଅଖଣ୍ଡ ଭାରତର ଗୌରବ ଗାଥାକୁ ଜନମାନସରେ ସ୍ମରଣୀୟ କରି ରଖିବା, ପାଶ୍ଚାତ୍ୟ ସଂସ୍କୃତିକୁ ଗ୍ରହଣ ନ କରି ଦେଶର ସଂସ୍କୃତିକୁ ଗ୍ରହଣ କରିବା, ସଂସ୍କାରବାଦୀ ହିନ୍ଦୁ ହୋଇ ରହିବା, ନିଜର ଧର୍ମ ଏବଂ ସମାଜର ରକ୍ଷା କରିବା, ପ୍ରାକୃତିକ ଚିକିତ୍ସା ପଦ୍ଧତିକୁ ଆପଣାଇ ନିରୋଗ ରହିବା, ନିଜର ଭାଷାକୁ ଗୁରୁତ୍ଵଦେବା ଏବଂ ମୋବାଇଲ୍‌ରୁ ଯଥାସାଧ୍ୟ୍ୟ ନିଜକୁ ଏବଂ ପିଲାମାନଙ୍କ ଠାରୁ ଦୂରେଇ ରଖିବା ଉପରେ ନିଜ ନିଜର ସୁଚିନ୍ତିତ ବକ୍ତବ୍ୟ ଜରିଆରେ ଆହ୍ଵାନ, ପରାମର୍ଶ ଏବଂ ଅନୁରୋଧ କରିଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭ ରାଷ୍ଟ୍ରୀୟ ଗାନ ‘ବନ୍ଦେ ମାତରମ୍’ ରୁ ଆରମ୍ଭ ହୋଇ ବେଦ ମନ୍ତ୍ରପାଠ ଏବଂ ଓଁ ଶାନ୍ତିରେ ସମାପ୍ତ ହୋଇଥିଲା। ଉକ୍ତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ସଭାପତି ଯଦୁନାଥ ମିଶ୍ରଙ୍କ ସଭାପତିତ୍ଵରେ ଏବଂ ପ୍ରଧାନ ଗୁରୁଜୀ ସନ୍ତୋଷ କୁମାର ପାଢୀଙ୍କ ପରିଚାଳନାରେ କାର୍ଯ୍ୟକ୍ରମ ସମ୍ପାଦନ ହୋଇଥିବାବେଳେ ଶେଷରେ ଅନୁଷ୍ଠାନର ପୂର୍ବତନ ସଭାପତି ତଥା ଖଲ୍ଲିକୋଟ ସ°କୁଳ ମୁଖ୍ୟ ବିଭୂତି ଭୂଷଣ ପାତ୍ର ସମସ୍ତଙ୍କୁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜଣାଇଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ ଦୁର୍ଗାପ୍ରସାଦ ମହାପାତ୍ର, ପ୍ରମୁଖ ପ୍ରଧାନ, ସିମାଞ୍ଚଳ ସାହୁ ପ୍ରମୁଖ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

ରିପୋର୍ଟ୍:, ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.