ପୋଲସରାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ୧୧୦ ତମ ଜୟନ୍ତୀ ପାଳନ ଏଵଂ ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଶୁଭାରମ୍ଭ।

0 162

ପୋଲସରା ୨୫/୦୯(ପିପିଟି) : ପୋଲସରାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ୧୧୦ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଭାରତୀୟ ଜନତା ପାର୍ଟି ଭଞ୍ଜନଗର ଜିଲ୍ଲା ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ପୋଲସରା ଦାଶରଥିନଗର ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ପୋଲସରା ବିଜେପି ପକ୍ଷରୁ କରାଯାଇଥିଲା। ଏଥିରେ ଦଳୀୟ ଭଞ୍ଜନଗର ଜିଲ୍ଲା ଉପସଭାନେତ୍ରି ପ୍ରତିମା ସାହୁଙ୍କ ସମେତ ଆସ୍କା ସା°ସଦ ପ୍ରତିନିଧି ସିମାଞ୍ଚଳ ସାହୁ,ବରିଷ୍ଠ ସ°ଗଠକ କାମ୍ଫ ବାଢେଇ,ବରିଷ୍ଠ ସକ୍ରୀୟ କର୍ମୀ ସୁରେନ୍ଦ୍ର ନାଥ ପାଣିଗ୍ରାହୀ, ଚିରିକିପଡ଼ାଶାସନ ମଣ୍ଡଳ ପ୍ରଭାରୀ ରଘୁନାଥ ପଣ୍ଡା,ମଥୁରା ମଣ୍ଡଳ ପ୍ରଭାରୀ ମହେଶ୍ୱର ପରିଡ଼ା ଓ ସାଧାରଣ ସଂପାଦକ ଜ୍ୟୋତିମର୍ୟ ପୋଲେଇ ପ୍ରମୁଖ ଯୋଗଦେଇ ଦିନଦୟାଲଙ୍କ ପ୍ରେରଣାଦାୟୀ କର୍ମମୟ ଜୀବନ, ଦେଶପାଇଁ ତ୍ୟାଗ ଓ ସଂଗ୍ରାମ ଉପରେ ନିଜନିଜର ସୁଚିନ୍ତିତ ମନ୍ତବ୍ୟ ପ୍ରଦାନ କରିବା ସହ ତାଙ୍କର ଏହି ପବିତ୍ର ଦିବସରେ ସରକାରଙ୍କ ତରଫରୁ ଦେଶକୁ ଆତ୍ମନିର୍ଭରଶିଳତା କରିବା ମହତ୍ ସଂକଳ୍ପ ନେଇ ସ୍ୱତନ୍ତ୍ରଭାବେ “ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ” ଯୋଜନାର ପ୍ରଶ°ସା କରିଥିଲେ। ଏହି ଅବସରରେ ଉକ୍ତ ଯୋଜନାକୁ ଉଦଘାଟନ କରାଯାଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ପଣ୍ଡିତ ଦିନଦୟାଲଙ୍କ ସମେତ ଭାରତମାତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରାଯିବାସହ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ସଭାକାର୍ଯ୍ୟ ହାତିଓଟ ମଣ୍ଡଳ ପ୍ରଭାରୀ ଦୀପକ କୁମାର ପଲେଇ କରିଥିବାବେଳେ ଶେଷରେ ହାତିଓଟ ମଣ୍ଡଳ ସଭାପତି ପ୍ରଶାନ୍ତ କୁମାର ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୋଲସରା ମଣ୍ଡଳ ସଭାପତି ରାମକୃଷ୍ଣ ପ୍ରଧାନ ଓ ନଗର ପ୍ରଭାରୀ ପ୍ରସନ୍ନ କୁମାର ଡାକୁଆ,ମଥୁରା ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ ଜେନା,ଜକର ଶକ୍ତିକେନ୍ଦ୍ର ମୁଖ୍ୟ ଦ୍ଵୁତିକୃଷ୍ଣ ଗୌଡ଼,ନିକୁଞ୍ଜ କୁମାର ସାହୁଙ୍କ ସମେତ ବହୁସଂଖ୍ୟାରେ ଦଳୀୟ କର୍ମୀ ଓ ସ°ଗଠକ ଉପସ୍ଥିତ ଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.