ପୋଲସରାରେ ତୃତୀୟ ପର୍ଯ୍ୟାୟ ପ୍ରବୋଧନ ତାଲିମ ଶିବିରରେ ୫୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଯୋଗଦାନ।

0 162

ପୋଲସରା ,୦୭/୦୩(ପିପିଟି) :ପୋଲସରା ବ୍ଲକ ସ୍ତରୀୟ ୩ୟ ପର୍ଯ୍ୟାୟ ପ୍ରବୋଧନ (ନୂତନ ପାଠ୍ୟପୁସ୍ତକ ସମ୍ବନ୍ଧୀୟ) ତାଲିମ ଶିବିର ଶେଷ ହୋଇଯାଇଛି। ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀହର୍ଷବାବୁ ଖାଡ଼ଙ୍ଗା ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସ୍ଵରୂପ କୁମାର ପାତ୍ରଙ୍କ ତତ୍ତ୍ଵାବଧାନରେ ୫୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ତାଲିମ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ବ୍ଲକର ସମସ୍ତ ସାଧନ କେନ୍ଦ୍ର ଅନ୍ତର୍ଗତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକର ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗଦାନ କରିଥିଲେ।ବିଦ୍ୟାଳୟ ଶିକ୍ଷା ପାଇଁ ପ୍ରସ୍ତୁତ ହୋଇଥିବା ଓଡ଼ିଶା ପାଠ୍ୟକ୍ରମ ରୂପରେଖ ୨୦୨୫ (ଓସିଏଫଏସଇ-୨୦୨୫) କୁ ଆଧାର କରି ପ୍ରସ୍ତୁତ ହୋଇଥିବା ୫୫ ଖଣ୍ଡ ନୂତନ ପାଠ୍ୟପୁସ୍ତକ ସମ୍ବନ୍ଧରେ ପୂର୍ବତନ ଶିକ୍ଷା ସାଧନ କର୍ମୀ (ସିଆରସିସି) ସୁରେନ୍ଦ୍ର ସେଠୀ, ସାନ୍ତନୁ କୁମାର ସ୍ଵାଇଁ, ପଞ୍ଚାନନ ସେଠୀ ଓ ନିରଞ୍ଜନ ବେହେରା ପ୍ରମୁଖ ତାଲିମଦାତା ଭାବେ ଯୋଗଦେଇ ତାଲିମ ଦେଇଥିବା ବେଳେ ଉପରୋକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଦ୍ଵୟ ନିଜର ବକ୍ତବ୍ୟରେ ପ୍ରଶିକ୍ଷଣ ନେଇଥିବା ଏଯାବତ୍ ୨୮୩ ଜଣ ତାଲିମପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ନିଜ ନିଜର ପବିତ୍ର ଶିକ୍ଷାଦାନ ଦ୍ଵାରା ଏକ ଶିକ୍ଷିତ ସମାଜ ଗଠନରେ ବଳିଷ୍ଠ ଭୂମିକା ନିର୍ବାହ କରିବେ ବୋଲି ଆଶାପୋଷଣ କରିଛନ୍ତି।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.