ପୋଲସରାରେ ତାଲୁକା ଆଇନ ସେବା ପ୍ରାଧିକରଣ ପୋଲସରା ପକ୍ଷରୁ ବନମହୋତ୍ସବ ପାଳିତ।

0 161

ପୋଲସରା୧୦/୦୭(ପିପିଟି) ଆଜି ତାଲୁକା ଆଇନ ସେବା ପ୍ରାଧିକରଣ ପୋଲସରାଙ୍କ ପକ୍ଷରୁ ବନମହୋତ୍ସବ ପାଳିତ ହୋଇଯାଇଛି। ସ୍ଥାନୀୟ ପିଏମଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୋଲସରା ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ତଥା ତାଲୁକା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଏ ଅବିନାଶ ନାଇଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୋଲସରା କୋର୍ଟର ସମସ୍ତ ଓକିଲ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସମେତ ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ, ପୋଲସରା ବନବିଭାଗର ଷ୍ଟାଫ୍ ଓ କର୍ମଚାରୀ, କୋର୍ଟର ସିଏ ଏସ ଆଇ ଗୋପୀନାଥ ପାତ୍ର ଓ କର୍ମଚାରୀଙ୍କ ସମେତ ବହୁ ବରେଣ୍ୟ ବ୍ୟକ୍ତିମାନଙ୍କ ଉପସ୍ଥିତିରେ ଉକ୍ତ ବିଭାଗୀୟ ମାଜିଷ୍ଟ୍ରେଟ ତଥା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀଯୁକ୍ତ ନାଇଡୁ ମହାଭାଗ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିବାସହ ସର୍ବପ୍ରଥମେ ଚାରାରୋପଣ କରି ଶୁଭାରମ୍ଭ କରିବାପରେ ଉପସ୍ଥିତ ଓକିଲ ସଂଘ ସଭାପତି କବିରାଜ ଦାସ, ପୂର୍ବତନ ସଭାପତି ବଳରାମ ପ୍ରଧାନ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ଷଡ଼ଙ୍ଗୀ ଏଵଂ ବନ ଅଧିକାରୀ ପ୍ରମୁଖ ଚାରାରୋପଣ କରିଥିଲେ। ଏହି ଅବସରରେ ଉଦଘାଟକ ମହୋଦୟ ଉପସ୍ଥିତ ସମସ୍ତଙ୍କୁ ବିଶ୍ୱ ଏଵଂ ପରିବେଶକୁ ବଞ୍ଚାଇବାକୁ ହେଲେ ପ୍ରତ୍ୟେକ ବ୍ୟକ୍ତି ମୁଣ୍ଡପିଛା ଗୋଟାଏ ଲେଖାଏଁ ବୃକ୍ଷରୋପଣ କରି ତାହାର ଉଚିତ୍ ଯତ୍ନ ନେଲେ ହିଁ “ମା ପାଇଁ ଗଛଟିଏ”- ନାରୀ ପାଇଁ ଗଛଟିଏର ସ୍ଲୋଗାନର ସାର୍ଥକତା ବଜାୟ ରହିବ ବୋଲି କହିଥିଲେ। ପରେ ଉପସ୍ଥିତ ଛାତ୍ରମାନଙ୍କୁ ଏଵଂ ବ୍ୟକ୍ତିମାନଙ୍କୁ ଚାରା ବଣ୍ଟନ କରାଯାଇଥିଲା।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.