ପୋଲସରାରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ।

0 275

ପୋଲସରା,୧୧/୦୪(ପିପିଟି): ଆଜି ସମଗ୍ର ରାଜ୍ୟରେ କେନ୍ଦ୍ର ସରକାରଙ୍କ “ଆୟୁଷ୍ମାନ” ଯୋଜନା ପ୍ରଣୟନ ହୋଇଯାଇଛି। ଏହିକ୍ରମରେ ଗଂଜାମ ଜିଲ୍ଲାର ପୋଲସରା ବ୍ଲକର ୨୬ ଗୋଟି ଗ୍ରାମପଞ୍ଚାୟତରେ ଏହି ଯୋଜନା ଆରମ୍ଭ ହୋଇଯାଇଛି। ପୋଲସରା ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ପରିଚାଳିତ ତୁଙ୍କାପଡା, ହାତୀଓଟ, ଚିରିକୀପଡାଶାସନ ଓ ପାଣ୍ଡିରିପଡା ଏହି ୪ ଗୋଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକରେ ସ୍ବାସ୍ଥ୍ୟ ଚିକିତ୍ସାଧିକାରୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପାଣ୍ଡିରିପଡା ପଞ୍ଚାୟତର ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଆୟୋଜିତ କାର୍ଯ୍ୟକ୍ରମଟିକୁ ସରପଞ୍ଚ ରଘୁନାଥଭୂୟା ସଭାପତିତ୍ବ କରିଥିଲେ। ଏଥିରେ ମୁଖ୍ୟ ଅତିଥିଭାବେ ବିଡ଼ିଓ ଶଶିଭୂଷଣ ମହାପାତ୍ର ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିବା ସହ “ଆୟୁଷ୍ମାନ” କାର୍ଡର ଉପଯୋଗୀତା ଉପରେ ବୁଝାଇଥିବାବେଳେ ସ୍ବାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଗୋପବନ୍ଧୁ ବେହେରା ପ୍ରାଞ୍ଜଳଭାବେ ଆଲୋକପାତ କରିଥିବାବେଳେ ଆସ୍କା ସାଂସଦ ଅନିତା ଶୁଭ ଦର୍ଶନୀ ପଟ୍ଟନାୟକ ରୁପେଲି ପରଦା ମାଧ୍ୟମରେ ପୋଲସରା ଅଞ୍ଚଳର ଆୟୁଷ୍ମାନ କାର୍ଡଧାରି ମାନଙ୍କୁ ଶୁଭକାମନା ଜଣାଇବାସହ ସମସ୍ତଙ୍କ ନିରାମୟ ଜୀବନ କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆସ୍କା ସାଂସଦ ପ୍ରତିନିଧିଭାବେ ପୂର୍ବତନ ଜିଲ୍ଲା ପରିଷଦ ପ୍ରାର୍ଥୀ କୃଷ୍ଣ ଚରଣ ପଟ୍ଟନାୟକ, ମଥୁରା ମଣ୍ଡଳ ସଭାପତି ମହେଶ୍ୱର ପରିଡ଼ା, ଜିଆରଏସ ଗୌରାଙ୍ଗ ଦଳେଇ, ଜେ.ଇ. ରାମ କୃଷ୍ଣ ଶବର, ବିପିଏମ୍ ସୁନିଲ କୁମାର ସାବତ, ବିଜୟ କୁମାର ଭୂୟାଁ ଓ ସ୍ବାସ୍ଥ୍ୟ ସଂଯୋଜକ କୃଷ୍ଣଚନ୍ଦ୍ର ପଲାଇ ପ୍ରମୁଖଙ୍କ ସମେତ ସ୍ବାସ୍ଥ୍ୟସେବିକା, ସ୍ବାସ୍ଥ୍ୟକର୍ମୀ ଏଵଂ ଆଶାକର୍ମୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ଅବସରରେ ବିଡ଼ିଓ ମହୋଦୟ “ଆୟୁଷ୍ମାନ” ଭାରତ କାର୍ଡ୍ ବଣ୍ଟନ କରିବାସହ ସମସ୍ତଙ୍କ ସୁସ୍ଥ ଓ ନିରାମୟ ଜୀବନର ପ୍ରଭୁଙ୍କ ନିକଟରେ ଶୁଭକାମନା କରିଥିଲେ। କାର୍ଯ୍ୟକ୍ରମଟିକୁ ସମାଜସେବୀ ପିତବାସ ପ୍ରଧାନ ପରିଚାଳନା କରିଥିଲେ।

ରିପୋର୍ଟ୍:ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.