ପୋଖରୀରୁ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର ।

0 214

କୋଦଳା,୧୫/୦୭(ପିପିଟି): ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଭାଟପଡା ଗ୍ରାମର ଏକ ପୋଖରୀ ରୁ ବେଗୁନିଆପଡ଼ା ଥାନା ଅନ୍ତର୍ଗତ ଖଣ୍ଡିଆନଇ ଗ୍ରାମର ବୀଣା ଦାସ (୬୫) ଙ୍କ ମୃତ ଦେହ ଅଗ୍ନିଶମ ବାହିନୀ ଉଦ୍ଧାର କରି ସୋମବାର ଦିନ କୋଦଳା ଥାନା କୁ ହସ୍ତାନ୍ତର କରିଛି । ସୂଚନା ମୁତାବକ ଗତ କିଛି ଦିନ ହେଲା ବୀଣା ନିଖୋଜ ଥିଲେ । ସୂଚନା ପାଇ ବୀଣାଙ୍କ ପୁଅ ଶିବ ଦାସ କୋଦଳା ଥାନାରେ ଏ ସଂକ୍ରାନ୍ତରେ ଲିଖିତ ଏତଲା ଦେବା ସହ ତାଙ୍କ ପରିବାର ବର୍ଗଙ୍କୁ ସହାୟତା ପ୍ରଦାନ ନିମନ୍ତେ ନିବେଦନ କରିଛନ୍ତି । ମୃତକଙ୍କ ପରିବାର ବର୍ଗଙ୍କୁ ଖଣ୍ଡିଆନଇ ପଞ୍ଚାୟତ ସରପଞ୍ଚ ପଙ୍କଜ କୁମାର ସେଠୀ ସମବେଦନା ଜଣାଇଛନ୍ତି ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.