ପୋଖରୀରୁ ଅଜଣା ବ୍ୟକ୍ତିର ଶବ ଉଦ୍ଧାର ।

0 218

ବେଲଗୁଣ୍ଠା, ୨୮/୧୦(ପିପିଟି) : ଆଜି ବେଲଗୁଣ୍ଠା ଶାସନ ସାହି ସ୍ଥିତ ପୋଖରୀରୁ ଜଣେ ଅଜଣା ଯୁବକର ଶବ ଉଦ୍ଧାର ହେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଯୁବକଟିର ବୟସ 30 ରୁ 35 ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି । ସୂଚନା ପ୍ରକାରେ ଆଜି ସକାଳ ଛଅ ଘଣ୍ଟା ସମୟରେ ବେଲଗୁଣ୍ଠା ଶାସନ ସାହି ପୋଖରୀରେ ଜଣେ ଯୁବକର ଶବ ଭାସୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ସେମାନେ ସାଙ୍ଗେ ସାଙ୍ଗେ ସ୍ଥାନୀୟ ଅଗ୍ନିଶମ ବାହିନୀକୁ ଜଣାଇବା ପରେ ଅଗ୍ନିଶମ ବାହିନୀ ଆସି ଯୁବକର ଶବକୁ ଉଦ୍ଧାର କରିଥିଲେ । ଖବର ପାଇ ବେଲଗୁଣ୍ଠା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ । ବର୍ତ୍ତମାନ ସୁଦ୍ଧା ମୃତ ଯୁବକଙ୍କ ପରିଚୟ ମିଳି ପାରିନଥିବା ବେଳେ ଘଟଣା ସମ୍ପର୍କରେ ବେଲଗୁଣ୍ଠା ଥାନାରେ କେଶ୍ ନମ୍ବର୍ 18/24 ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଥିବା ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନ ପ୍ରକାଶ କରିଛନ୍ତି ।

ରିପୋର୍ଟ- ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.